ଓଡିଶା

odisha

By

Published : Aug 17, 2020, 7:45 PM IST

ETV Bharat / state

ସ୍ବେଚ୍ଛାସେବୀଙ୍କୁ ସଲାମ; କୋରୋନା ମୃତକଙ୍କ ଶେଷକୃତ୍ୟ କରି ସାଜିଲେ ଉଦାହରଣ

ବିଶ୍ବରେ କୋରୋନା ମହାମାରୀର ରୂପ ନେଇ କାୟା ବିସ୍ତାର କରିଥିବାବେଳେ ଏହାର ମୁକାବିଲା ପାଇଁ ଦେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ଲୋକଙ୍କୁ ସଚେତନ କରିବା ଠାରୁ ଆରମ୍ଭ କରି ସେମାନଙ୍କ ଚିକିତ୍ସା କରିବାର ଦାୟିତ୍ବ ସରକାର ବହନ କରିଥିବା ବେଳେ କିଛି ସ୍ଵେଚ୍ଛାସେବୀ ସଂଗଠନ ମଧ୍ୟ ଏଥିରେ ସାମିଲ ହୋଇ ନିଜ ସାମାଜିକ ଦାୟିତ୍ବ ନିର୍ବାହ କରୁଛନ୍ତି ।

NGO did last cremetion  of covid patients in kalahandi
କୋରୋନା ଭୟରେ ପର କରିଦେଲେ ପରିବାର, ଆପଣାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ଭବାନୀପାଟଣା:ବିଶ୍ବରେ କୋରୋନା ମହାମାରୀର ରୂପ ନେଇ କାୟା ବିସ୍ତାର କରିଥିବାବେଳେ ଏହାର ମୁକାବିଲା ପାଇଁ ଦେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ଲୋକଙ୍କୁ ସଚେତନ କରିବା ଠାରୁ ଆରମ୍ଭ କରି ସେମାନଙ୍କ ଚିକିତ୍ସା କରିବାର ଦାୟିତ୍ବ ସରକାର ବହନ କରିଥିବା ବେଳେ କିଛି ସ୍ଵେଚ୍ଛାସେବୀ ସଂଗଠନ ମଧ୍ୟ ଏଥିରେ ସାମିଲ ହୋଇ ନିଜ ସାମାଜିକ ଦାୟିତ୍ବ ନିର୍ବାହ କରୁଛନ୍ତି । ଏମାନେ ଲୋକଙ୍କୁ ସଚେତନ କରିବା ସହ କୋରୋନା ରୋଗୀଙ୍କୁ ଉଚିତ୍ ଚିକିତ୍ସାର ବ୍ୟବସ୍ଥା କରିବାରେ ମଧ୍ୟ ସାହାଯ୍ୟ କରୁଛନ୍ତି ।

କୋରୋନା ଭୟରେ ପର କରିଦେଲେ ପରିବାର, ଆପଣାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ମୁଖ୍ୟତଃ ଯେଉଁ ରୋଗୀ ମାନେ କୋରୋନାରେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କ ଶବ ସତ୍କାର କରିବାକୁ ସାଧାରଣତଃ କେହି ଆଗେଇ ଆସୁନଥିବା ବେଳେ ଏଇ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଆଗକୁ ଆସି ଶବ ସତ୍କାର କରୁଛନ୍ତି । ସେହିପରି ଏକ ଏନଜିଓ ‘ଏକତା ପରିଷଦ’ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ଶବଦାହ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି ।

କଳାହାଣ୍ଡି ଜିଲ୍ଲାରେ 31 ରୁ ଅଧିକ ଏନଜିଓ ଅଛନ୍ତି ଯେଉଁମାନେ ବିଭିନ୍ନ ବିଷୟ ଉପରେ କାମ କରୁଛନ୍ତି । ତେବେ ଜିଲ୍ଲାର ଅନ୍ୟ 2-3ଟି ଏନଜିଓ ତଥା ଲାଏନ୍ସ କ୍ଲବ ଓ ମାରୱାଡୀ ଯୁବ ମଞ୍ଚ ଭଳି ସଂଗଠନ ଆଗକୁ ଆସି କୋଭିଡ ରୋଗୀଙ୍କ ଶେଷକୃତ୍ୟରେ ସହଯୋଗ କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 807 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 438 ଜଣ ସୁସ୍ଥ ହୋଇଛନ୍ତି । 367 ଜଣ ବର୍ତ୍ତମାନ ମଧ୍ୟ ଆକ୍ରାନ୍ତ ଥିବା ବେଳେ 2 ଜଣ କୋରୋନାରେ ମୃତ୍ୟୁ ବରଣ କରିଛନ୍ତି । କୋରୋନା ରୋଗୀଙ୍କ ମୃତ୍ୟୁପରେ ସଂକ୍ରମଣ ଭୟରେ ପରିବାର ପଛଘୁଞ୍ଚା ଦେଉଥିବା ବେଳେ ସ୍ବେଚ୍ଛାସେବୀ ସଂଗଠନ ଆଗକୁ ଆସି ଏହି କ୍ଷେତ୍ରରେ ସହଯୋଗ କରୁଛନ୍ତି, ଯାହା ନିଶ୍ଚିତ ଭାବେ ପ୍ରସଂଶନୀୟ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details