ଓଡିଶା

odisha

By

Published : Dec 10, 2021, 10:01 PM IST

ETV Bharat / state

ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳିତ । କଳାହାଣ୍ଡି ମେଡ଼ିକାଲ କଲେଜକୁ ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିବାକୁ ଦାବି । ଅଧିକ ପଢନ୍ତୁ

Martyrdom Day of tribal chief Rendo Majhi is celebrated
ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ସହିଦ ଦିବସ ପାଳିତ

ଭବାନୀପାଟଣା: ଆଦିବାସୀ ସର୍ଦ୍ଦାର ସହିଦ ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳିତ । ଦେଶ ପାଇଁ ଜୀବନକୁ ଜଳାଞ୍ଜଳି ଦେଇଥିବା ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ୧୬୬ ତମ ଶହୀଦ ଦିବସ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ପାଳିତ ହୋଇଛି ।

ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳିତ

ସଂଘ ପକ୍ଷରୁ ପ୍ରଥମେ କଲେଜ ଛକ ଠାରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲା । ପରେ ସହର ପରିକ୍ରମା ପରେ ଭବାନୀପାଟଣା ଜେଲ୍‌ ଛକ ଠାରେ ଥିବା ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ସୀମାରେ ରାସ୍ତା ଖୋଳିଦେଲା ଛତିଶଗଡ଼ ପ୍ରଶାସନ, ପଞ୍ଚାୟତ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ

ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଯୋଗ ଦେଇଥିବା ବେଳେ ଅନେକ ବୁଦ୍ଧିଜୀବୀ ଓ ଶିକ୍ଷାବିତ ସାମିଲ ହୋଇଥିଲେ । କଳାହାଣ୍ଡି ମେଡ଼ିକାଲ କଲେଜକୁ ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିବା ସହ ସରକାରୀ ସ୍ଥରରେ ରେଣ୍ଡୋ ମାଝୀଙ୍କ ସହିଦ ଦିବସ ପାଳନ ନେଇ ଦାବି ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details