ଓଡିଶା

odisha

By

Published : Mar 13, 2021, 1:26 PM IST

ETV Bharat / state

ବଡଧରଣର ଜିଏସଟି ଠକେଇ ଅଭିଯୋଗ, 4ଟି ସ୍ଥାନରେ ଚଢାଉ

ଜିଏସଟି ଠକେଇ ଅଭିଯୋଗରେ 4ଟି ସ୍ଥାନରେ ଚଢାଉ ଜାରି ରହିଛି । ଡିଡି ବିଲଡର ଲିଃର ଚାରିଟି ସ୍ଥାନରେ ଚଢାଉ କରାଯାଉଛି । ଅଧିକ ପଢନ୍ତୁ...

ଜିଏସଟି ଠକେଇ
ଜିଏସଟି ଠକେଇ

ଭବନୀପାଟଣା: ବଡଧରଣର ଜିଏସଟି ଠକେଇ ଅଭିଯୋଗରେ ଡିଡି ବିଲଡର ଲିଃର ଚାରି ଗୋଟି ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଛି । କଟକ ଜିଏସଟି କମିଶନରଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ, ଭୁବନେଶ୍ବର, ବୋରିଗୁମ୍ମା ଓ କଳାହାଣ୍ଡିରେ ଏକକାଳୀନ ଚଢାଉ ଜାରି ରହିଛି ।

ଜିଏସଟି ଠକେଇ

କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ଭବାନୀପାଟଣାର ବାଣିଜ୍ୟକର ଅଧିକାରୀ 4 ଗୋଟି ସ୍ଥାନରେ ଚଢାଉ କରିଛନ୍ତି । ଜିଏସଟି ଠକେଇ ତଥା ଜାଲ ଇନ୍ ଭଏସ ଦାଖଲ ଅଭିଯୋଗରେ ଚଢ଼ାଉ ଜାରି ରହିଛି ।

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସ୍ଥିତ ଛେନା ଗାଁ କ୍ରସର ୟୁନିଟ ଉପରେ ଭବାନୀପାଟଣା ବାଣିଜ୍ୟକର ଅଧିକାରୀ ଚଢ଼ାଉ କରିଛନ୍ତି । ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details