ଓଡିଶା

odisha

By

Published : Jun 17, 2020, 11:01 PM IST

ETV Bharat / state

ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା କୋଶଳ ସେନା

ଗଲୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷରେ ଭାରତ ତାର 20 ବୀର ପୁତ୍ରକୁ ହରାଇଛି । ଏହି ବୀର ପୁତ୍ରଙ୍କୁ ଚାରିଆଡେ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ବେଳେ କୋଶଳ ସେନା ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛି ।

kosala sena tribute to martyrs in kalahandi
ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା କୋଶଳ ସେନା

ଭବାନୀପାଟଣା:ଲଦାଖ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ । ଏହି ସଂଘର୍ଷରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ବୀର ଶହୀଦଙ୍କ ସ୍ମୃତିଚାରଣ କରି କଳାହାଣ୍ଡି ଜିଲ୍ଲା କୋଶଳ ସେନା ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା କୋଶଳ ସେନା

ତେବେ ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ । ଚୀନ ସେନାର ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଚୀନ ସେନାର ମଧ୍ୟ ୪୦ରୁ ଉର୍ଦ୍ଧ୍ବ ଯବାନ ମୃତାହତ ହୋଇଥିବା ସୂଚନା ରହିଛି । ତେବେ ଭାରତର ଏହି ବୀର ପୁତ୍ରକୁ କୋଶଳ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details