ଓଡିଶା

odisha

By

Published : Jul 28, 2022, 9:52 AM IST

ETV Bharat / state

ଦାବି ଶୁଣିନାହାନ୍ତି ସରକାର, ଅର୍ଥନୈତିକ ଅବରୋଧ କରିବ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା

ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ବ ହେବ ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ମିଶାଇ ସ୍ୱତନ୍ତ୍ର କୌଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି । ହେଲେ ମିଳୁନି ମାନ୍ୟତା । ଯାହାକୁ ନେଇ ଆଗକୁ ଅର୍ଥନୈତିକ ଅବରୋଧ କରିବ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ମାନ୍ୟତା ଦାବି, ବିଧାନସଭା ଘେରିବ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା
ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ମାନ୍ୟତା ଦାବି, ବିଧାନସଭା ଘେରିବ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା

ଭବାନୀପାଟଣା:ଅର୍ଥନୈତିକ ଅବରୋଧ କରିବକୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ବ ହେବ ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ମିଶାଇ ସ୍ୱତନ୍ତ୍ର କୌଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ହେଲେ ସରକାର କର୍ଣ୍ଣପାତ କରୁନଥିବାରୁ ଆଗକୁ ଅର୍ଥନୈତିକ ଅବରୋଧ କରିବାକୁ ନିଷ୍ପତ୍ତି ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁକ୍ତି ମୋର୍ଚ୍ଚା ସଭାପତି ସାଗର ଚରଣ ଦାସ ।

ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ମାନ୍ୟତା ଦାବି, ବିଧାନସଭା ଘେରିବ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା

କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନ କରି ଆସୁଥିବା ବେଳେ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଗତ ୫ ତାରିଖରେ ବିଧାନସଭା ଘେରାଉ କରିବା ପରେ ମଧ୍ୟ ସରକାର ପଶ୍ଚିମ ଓଡିଶାବାସୀଙ୍କ ଦାବିକୁ କର୍ଣ୍ଣପାତ ନକରିବାରୁ ଆସନ୍ତା ଜୁଲାଇ ୨୯ ତାରିଖ ଦିନ କୋଶଳାଞ୍ଚଳ ସହ ସଂଲଗ୍ନ ଉପକୂଳ ଓଡିଶାର ସମସ୍ତ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ ସହ ଅର୍ଥନୈତିକ ଅବରୋଧ କରାଯିବ, ପଶ୍ଚିମ ଓଡିଶାର ଦେବଗଡ଼, ବୌଦ୍ଧ, ରେଡ଼ାଖୋଲ ଓ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଠାରେ ଏହି ଅର୍ଥନୈତିକ ଅବରୋଧ କରାଯିବ ବୋଲି ସାଗର ଚରଣ ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ଏହାସହ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଠାରୁ ଆରମ୍ଭ କରି ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡ଼ିଶାରେ ସ୍ଥାପନ ଭଳି ଅନେକ ଦାବି ଦୀର୍ଘ ଦିନ ଧରି ପଶ୍ଚିମ ଓଡିଶା ବାସୀ କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଏଭଳି ଅଭିଯୋଗ କରିଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ସେପଟେ ଏ ସମସ୍ତ ଦାବି ନେଇ ଆଗାମୀ ଦିନରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଗାଁକୁ ପଦ ଯାତ୍ରା ସହ ମହା ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି କର୍ମକର୍ତ୍ତା ।

ଇଟିିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details