ଓଡିଶା

odisha

By

Published : Jun 11, 2023, 3:53 PM IST

ETV Bharat / state

କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ, ତିନି ମାଫିଆ ଗିରଫ

ଅବକାରୀ ବିଭାଗ ଜାଲରେ ଗଞ୍ଜେଇ ମାଫିଆ । ଦୁଇ ଦୁଇଟି ବଡ ସଫଳତା । 280 କେଜିର ଗଞ୍ଜେଇ ସହ ଜଣକୁ ଓ ଦେଢଶହ କେଜିର ଗଞ୍ଜେଇ ସହ ଦୁଇଜଣ ଗିରଫ । ଅଧିକ ପଢ଼ନ୍ତୁ

ଅବକାରୀ ବିଭାଗ ଜାଲରେ ଗଞ୍ଜେଇ ମାଫିଆ
ଅବକାରୀ ବିଭାଗ ଜାଲରେ ଗଞ୍ଜେଇ ମାଫିଆ

କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ

ଭବାନୀପାଟଣା: କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । କଳାହାଣ୍ଡିରେ ଜାତୀୟ ରାଜପଥ ୨୬ରେ ବିଭିନ୍ନ ଆଳରେ ଗଞ୍ଜେଇ ମାଫିଆ କରୁଛନ୍ତି ସୁରକ୍ଷିତ ଗଞ୍ଜେଇ ଚୋରା ଚାଲାଣ । ଅନେକ ସମୟରେ ହଜାରହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ ମଧ୍ୟ ହେଉଛି । ହେଲେ ନୂଆନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ ।

ତେବେ ପୁଣି ଅବକାରୀ ବିଭାଗ ଜାଲରେ ପଡିଛି ଅଉ ଏକ ଗଞ୍ଜେଇ ମାଫିଆ । ମଦନପୁର ରାମପୁର ଅଞ୍ଚଳରୁ ରାଇପୁରକୁ ଏକ ଇନୋଭା କାରରେ ଗଞ୍ଜେଇ ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଅଁଳାଭାଟା ନିକଟରେ ଗାଡ଼ିଟିକୁ କାବୁ କରିଥିଲା । ଜବତ ହୋଇଥିବା ଗାଡିରେ ପ୍ରାୟ ୨୮୦ କେଜି ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ବୋଲି ବିଭାଗ ସୂଚନା ଦେଇଛି । ଏହାସହ ଜଣେ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି ଅବକାରୀ ବିଭାଗ । ଗିରଫ ଗଞ୍ଜେଇ ମାଫିଆ ଜଣକ ହେଲା ନରେଶ କୁମାର ନେତମ । ସେପଟେ ନର୍ଲା ଅଞ୍ଚଳରେ ମଧ୍ୟ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରିବାରେ ସଫଳ ହୋଇଛି ।

ସୂଚନା ଅନୁଯାୟୀ କଳାହାଣ୍ଡି କନ୍ଧମାଳ ସୀମାନ୍ତ ଜଙ୍ଗଲ ରାସ୍ତାରେ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବାରବନ୍ଧା ଜଙ୍ଗଲ ନିକଟରେ ଅବକାରୀ ବିଭାଗ ବାଇକଟିକୁ କାବୁ କରିବା ସହ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଦୁଇଜଣ ଗଞ୍ଜେଇ ମାଫିଆ ବାଇକରେ ପ୍ରାୟ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହାସହ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ଦୁଇଜଣ ମଦନପୁର ଥାନା ଅନ୍ତର୍ଗତ ସୁଲେସୁର ଗାଁର ଟଙ୍କଧର ପାତ୍ର ଓ ବିମଳ ଭୋଇ ବୋଲି ଜଣାପଡିଛି । ଏହି ଦୁଇ ଜଣ ଗଞ୍ଜେଇ ମାଫିଆ ପୂର୍ବରୁ ମଧ୍ୟ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏବେ ଅବକାରୀ ବିଭାଗର ହାବୁଡ଼ରେ ପଡିଥିବା ଜଣାପଡିଛି।

କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ଏକ ମାଓ କରିଡର ହୋଇଥିବା ବେଳେ ଏହି ଅଞ୍ଚଳରେ ଏବେ ଗଞ୍ଜେଇ ଚାଷ ହେଉଥିବା ଘଟଣା ଧୀରେଧୀରେ ସାମ୍ନାକୁ ଆସିବାରେ ଲାଗିଛି । ଯେଉଁଥି ପାଇଁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଓ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥ ଦେଇ ଗଞ୍ଜେଇ ଚାଲାଣ ହେଉଛି ।

ABOUT THE AUTHOR

...view details