ଓଡିଶା

odisha

By

Published : Mar 10, 2020, 8:46 AM IST

ETV Bharat / state

ଘରୋଇ ହସ୍ପିଟାଲରେ ଜିଲ୍ଲା ପ୍ରଶାସନର ଚଢାଉ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ମାଣିକେଶ୍ବରୀ ମଲ୍ଟି ହସ୍ପିଟାଲରେ ଜିଲ୍ଲା ପ୍ରଶାସନର ଚଢ଼ାଉ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ହସ୍ପିଟାଲ ବର୍ଜ୍ୟବସ୍ତୁକୁ ସର୍ବସାଧାରଣ ସ୍ଥାନରେ ନଷ୍ଟ କରିବା ଭଳି ଅଭିଯୋଗ ପୂର୍ବରୁ ମଧ୍ୟ ହୋଇଆସୁଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନେତୃତ୍ବ ହସ୍ପିଟାଲ ଉପରେ ଚଢାଉ କରାଯାଇିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଭବାନୀପାଟଣା: ଘରୋଇ ଡାକ୍ତରଖାନାରେ ଜିଲ୍ଲା ପ୍ରଶାସନର ଚଢ଼ାଉ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ମାଣିକେଶ୍ବରୀ ମଲ୍ଟି ହସ୍ପିଟାଲରେ ଜିଲ୍ଲା ପ୍ରଶାସନର ଚଢ଼ାଉ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ହସ୍ପିଟାଲ ବର୍ଜ୍ୟବସ୍ତୁକୁ ସର୍ବସାଧାରଣ ସ୍ଥାନରେ ନଷ୍ଟ କରିବା ଭଳି ଅଭିଯୋଗ ପୂର୍ବରୁ ମଧ୍ୟ ହୋଇଆସୁଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନେତୃତ୍ବ ହସ୍ପିଟାଲ ଉପରେ ଚଢାଉ କରାଯାଇିଛି । ଏକ କାଳୀନ ପୋଲିସ, ଅଗ୍ନିଶମ , ରାଜସ୍ବ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

ଘରୋଇ ହସ୍ପିଟାଲରେ ଜିଲ୍ଲା ପ୍ରଶାସନର ଚଢାଉ

ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, କିଛିଦିନ ତଳେ ହସ୍ପିଟାଲରେ ବ୍ୟବହୃତ ହୋଇଥିବା ଅଳିଆ ଆବର୍ଜନାକୁ ହସ୍ପିଟାଲର ପଛପଟେ ସବୁବେଳେ ପୋଡୁଥିବାରୁ ପରିବେଶ ପ୍ରଦୂଷଣ ହେଉଥିବା ଅଭିଯୋଗ ରହିଥିଲା । ଏହାସହ ରୋଗୀମାନଙ୍କ ଠାରୁ ଚଢା ଦରରେ ଅର୍ଥ ଆଦାୟ ଅଭିଯୋଗ ମଧ୍ୟ ହସ୍ପିଟାଲ ନାଁରେ ରହିଥିଲା । ତେବେ ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

କଳାହାଣ୍ଡିରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details