ଓଡିଶା

odisha

By

Published : Jul 6, 2020, 2:17 AM IST

ETV Bharat / state

ଲକଡାଉନ ଯୋଗୁଁ ପ୍ରଭାବିତ ଆୟ, ଋଣ ପରିଶୋଧ ନେଇ ଚିନ୍ତାରେ ମହିଳା

ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଛି ସାଧାରଣ ଲୋକଙ୍କ ଜୀବନ ଜୀବିକା । ତାରି ଭିତରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣିଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଋଣ ପରିଶୋଧ ନେଇ ଚିନ୍ତାରେ ପଡିଛନ୍ତି । ତେବେ ସେମାନେ ଋଣ ଛାଡ କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ ଯୋଗୁଁ ପ୍ରଭାବିତ ଆୟ, ଋଣ ପରିଶୋଧ ନେଇ ଚିନ୍ତାରେ ମହିଳା
ଲକଡାଉନ ଯୋଗୁଁ ପ୍ରଭାବିତ ଆୟ, ଋଣ ପରିଶୋଧ ନେଇ ଚିନ୍ତାରେ ମହିଳା

ଭବାନୀପାଟଣା: ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଛି ସାଧାରଣ ଲୋକଙ୍କ ଜୀବନ ଜୀବିକା । ମୁଖ୍ୟତଃ ରୋଜଗାର କ୍ଷେତ୍ରରେ ବେଶ ପ୍ରଭାବିତ ହୋଇଛନ୍ତି ସାଧାରଣ ଲୋକେ। ତାରି ଭିତରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣିଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଋଣ ପରିଶୋଧ ନେଇ ଚିନ୍ତାରେ ପଡିଛନ୍ତି । ତେବେ ସେମାନେ ଋଣ ଛାଡ କରିବା ପାଇଁ ଦାବି କରିଛନ୍ତି ।

ଲକଡାଉନ ଯୋଗୁଁ ପ୍ରଭାବିତ ଆୟ, ଋଣ ପରିଶୋଧ ନେଇ ଚିନ୍ତାରେ ମହିଳା
ଲକଡାଉନ ଯୋଗୁଁ ପ୍ରଭାବିତ ଆୟ, ଋଣ ପରିଶୋଧ ନେଇ ଚିନ୍ତାରେ ମହିଳା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସାନ ଖଇରମାଳ ଅଞ୍ଚଳରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣିଥିଲେ । ହେଲେ ଲକଡାଉନ ଯୋଗୁଁ ରୋଜଗାର ନ ଥିବାରୁ ସେମାନେ ନିଜ ଋଣ କିସ୍ତି ଦେଇପାରୁନାହାନ୍ତି । ସେଥିପାଇଁ କିସ୍ତି ଛାଡ ପାଇଁ ମହିଳାମାନେ ଦାବି କରୁଛନ୍ତି। ସେପଟେ ଅର୍ଥ ଲଗାଣକାରୀ ସଂସ୍ଥା ପକ୍ଷରୁ ଋଣ ପରିଶୋଧ ନେଇ ଚାପ ପ୍ରୟୋଗ କରାଯାଉଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଆସନ୍ତା ଦିନରେ ସରକାର କଣ ପଦକ୍ଷେପ ନେବେ ତାହା ସମୟ କହିବ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details