କଳାହାଣ୍ଡି: ଜିଲ୍ଲାର ୩୧୦ ପଞ୍ଚାୟତରେ କୋରୋନା କର୍ଣ୍ଣର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ଏହି ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ୨୪ ଘଣ୍ଟିଆ ଡାକ୍ତରୀ ସେବା ସହ ରୋଗୀଙ୍କୁ ମାଗଣା ରନ୍ଧାଖାଦ୍ୟ ସହ ଦିନକୁ ଦୁଇଥର ଡାକ୍ତରୀ ଯାଞ୍ଚର ବ୍ୟବସ୍ଥା ରହିଛି ।
କୋରୋନା ସନ୍ଦିଗ୍ଧ ଚିହ୍ନଟ ପାଇଁ ୪୮ ଟି ର୍ୟାପିଡି ରେସପନ୍ସ ଟିମ ଗଠନ କରି ସ୍ଥିତି ଉପରେ ନଜର ରଖାଯାଇଛି। ଜିଲ୍ଲାକୁ ଲକଡାଉନ ପୂର୍ବରୁ ୫୮୦୦ ଆନ୍ତଃରାଜ୍ୟ ଓ ବିଦେଶ ଫେରନ୍ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି।