ଓଡିଶା

odisha

By

Published : Feb 4, 2021, 6:42 PM IST

ETV Bharat / state

କଳାହାଣ୍ଡିରେ କଂଗ୍ରେସର ଶଗଡ଼ ଗାଡ଼ି ଶୋଭାଯାତ୍ରା

କଳାହାଣ୍ଡିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶଗଡ ଗାଡି ଶୋଭାଯାତ୍ରା କରାଯାଇଛି । ନୂତନ କୃଷି ଆଇନ ପ୍ରତ୍ୟାହାର ସହ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

କଳାହାଣ୍ଡିରେ କଂଗ୍ରେସର ଶଗଡ଼ ଗାଡ଼ି ଶୋଭାଯାତ୍ରା
କଳାହାଣ୍ଡିରେ କଂଗ୍ରେସର ଶଗଡ଼ ଗାଡ଼ି ଶୋଭାଯାତ୍ରା

ଭବାନୀପାଟଣା: କଳାହାଣ୍ଡିରେ ନୂତନ କୃଷି ଆଇନକୁ ବିରୋଧ କରି ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ଶଗଡ଼ ଗାଡ଼ି ଶୋଭାଯାତ୍ରା କରାଯାଇଛି । ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବି ଏବଂ ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଭବାନୀପାଟଣାରେ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିବା ଜଣାପଡିଛି ।

କଳାହାଣ୍ଡିରେ କଂଗ୍ରେସର ଶଗଡ଼ ଗାଡ଼ି ଶୋଭାଯାତ୍ରା
ସେହିପରି ଦିଲ୍ଲୀରେ ମୃତ କୃଷକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହ ଚଳିତ ବଜେଟରେ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିକୁ ବିରୋଧ କରିଛି ଜିଲ୍ଲା କଂଗ୍ରେସ । ପ୍ରଥମେ ମାଉସୀ ମାଁ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଗାନ୍ଧୀ ଛକ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ଥିବା ନଜର ଆସିଛନ୍ତି ।କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details