ଓଡିଶା

odisha

By

Published : Mar 5, 2023, 4:12 PM IST

ETV Bharat / state

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 107ତମ ଜନ୍ମ ଜୟନ୍ତୀ ପାଳିତ

ସାରା ରାଜ୍ୟରେ ମାର୍ଚ୍ଚ 5 ତାରିଖକୁ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଭାବରେ ପାଳନ ହେଉଥିବା ବେଳେ କନ୍ଧମାଳରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମଜୟନ୍ତୀ ପାଳନ କରୁଛି ବିଜେଡି। ଅଧିକ ପଢନ୍ତୁ

biju pattanaik 107th birth anniversary
biju pattanaik 107th birth anniversary

ବିଜୁ ବାବୁଙ୍କ 107ତମ ଜନ୍ମ ଜୟନ୍ତୀ ପାଳିତ

ଫୁଲବାଣୀ: କନ୍ଧମାଳରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମଜୟନ୍ତୀ ପାଳନ କରିଛି ବିଜେଡି । ସାରା ରାଜ୍ୟରେ ମାର୍ଚ୍ଚ 5 ତାରିଖକୁ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଭାବରେ ପାଳନ କରାଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ମହା ଆଡମ୍ବରରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସକାଳେ ବିଜୁ ଯୁବ ଜନତା ଦଳର ଯୁବକମାନେ ସାଇକେଲ ଶୋଭାଯାତ୍ରା କରି ଫୁଲବାଣୀ ସହର ପରିକ୍ରମା କରିଥିଲେ ।

ଏହାପରେ ଏହି କନ୍ଧମାଳ ଜିଲ୍ଲା ବିଜେଡ଼ିର ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପର୍ଯ୍ୟବେକ୍ଷକ ବିଜୟ ନାୟକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେହିପରି ନାରୀ ନେତ୍ରୀ ପୁନମ୍ କହଁର ନେତୃତ୍ବରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସେହିପରି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ କୁର୍ତ୍ତମଗଡ଼ଠାରେ ତୁମୁଡ଼ିବନ୍ଧ ବ୍ଲକ୍‌ ସଭାପତି ପ୍ରମୋଦ ସାହୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ମହା ଆଡମ୍ବରରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସକାଳେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଯୁବକମାନେ ସାଇକେଲ ଶୋଭାଯାତ୍ରା କରିଥିଲେ । ଏହାପରେ କୁର୍ତ୍ତମଡ଼ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ ଯୋଗଦେଇ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ବିଷୟରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ଆଲୋକପାତ କରିଥିଲେ ।

ବିଜୁ ବାବୁ ଓଡିଶା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ବର୍ତ୍ତମାନ ସମୟରେ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିବାରେ ଲାଗିଛନ୍ତି । ସାଢେ 4କୋଟି ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢ଼ିବା, ଏକ ସମୃଦ୍ଧ, ସଶକ୍ତ, ସ୍ୱାଭିମାନୀ “ନବୀନ ଓଡ଼ିଶା” ଗଢ଼ିବା ପାଇଁ ଆମେ ଆଜି ସଙ୍କଳ୍ପ ନେବା ସଙ୍ଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଏବଂ ଓଡ଼ିଶାର ଉନ୍ନତି ପାଇଁ ସହଯୋଗ କରିବାକୁ ସମସ୍ତଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ସମସ୍ତ କର୍ମୀଙ୍କୁ ଉପଦେଶ ଦେଇଛନ୍ତି ବିଜୟ ନାୟକ ।

ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣମୋହନ ପାଣିଗ୍ରାହୀ, ଜିଲ୍ଲା ଉପସଭାପତି କ୍ଲେଶ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ବାସୁଦେବ ପଣ୍ଡା, ସମ୍ପାଦକ ସରୋଜ ବିଆରସିଂ, ଯୁଗ୍ମ ସମ୍ପାଦକ ଶଙ୍କର ମହାପାତ୍ର, ପୂର୍ବତନ ବିଧାୟକ ରାଜୀବ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବାଲିଗୁଡ଼ା ବ୍ଲକ ସଭାପତି ଟୁନା ଦାସ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରିଗୋଟି ବ୍ଲକ୍ ବାଲିଗୁଡ଼ା, କ.ନୁଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ ବ୍ଲକ୍‌ର ସମସ୍ତ ନେତୃବୃନ୍ଦ, ନିର୍ବାଚିତ ପ୍ରତିନିଧି, ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କର୍ମୀ ଏବଂ ବିଜୁ ପ୍ରେମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଫୁଲବାଣୀ

For All Latest Updates

ABOUT THE AUTHOR

...view details