ଓଡିଶା

odisha

By

Published : Dec 9, 2021, 7:27 AM IST

ETV Bharat / state

Appeal For Euthanasia: ଅବହେଳା ଅଭିଯୋଗ ଆଣିଲେ ଅନିଲ, ଭିଡିଓ ଭାଇରାଲ

କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଦିଗୁଡା ପଞ୍ଚାୟତର ଚିକିଲି ଗାଁର ୩୦ ବର୍ଷୀୟ ଯୁବକ ଅନୀଲ ଶିଖା ଇଚ୍ଛାମୃତ୍ୟୁ ଆବେଦନ କରିବା ପରେ ଜିଲ୍ଲା ପ୍ରଶାସନ ତାଙ୍କ ପାଖେ ପହଞ୍ଚିଥିଲା । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସହାୟତା ମିଳିନାହିଁ । ଅଧିକ ପଢନ୍ତୁ

ଅନୀଲଙ୍କୁ ମିଳୁନି ପ୍ରଶାସନ ସହାୟତା: ଅବହେଳା ଅଭିଯୋଗ ଆଣିଲେ ଯୁବକ
ଅନୀଲଙ୍କୁ ମିଳୁନି ପ୍ରଶାସନ ସହାୟତା: ଅବହେଳା ଅଭିଯୋଗ ଆଣିଲେ ଯୁବକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଦିଗୁଡା ପଞ୍ଚାୟତର ଚିକିଲି ଗାଁର ୩୦ ବର୍ଷୀୟ ଯୁବକ ଅନୀଲ ଶିଖା ୨୦୧୫ ମସିହାରେ ବାଇକ ଦୁର୍ଘଟଣାର ଶିକାର ହେବାରୁ ମେରୁଦଣ୍ଡ ଅକାମି ହୋଇଥିଲା । ଫଳରେ ଦୀର୍ଘ 6 ବର୍ଷ ଧରି ସେ ଶଯ୍ୟାଶାୟୀ ହୋଇ ରହିଛନ୍ତି । ଦୀର୍ଘ ଦିନ ଧରି ପରିବାର ଉପରେ ବୋଝ ପାଲଟିଥିବା ଅନୀଲ ଗତ ନଭେମ୍ବର ୧୮ ତାରିଖରେ ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଅନୀଲଙ୍କୁ ମିଳୁନି ପ୍ରଶାସନ ସହାୟତା: ଅବହେଳା ଅଭିଯୋଗ ଆଣିଲେ ଯୁବକ

ଗଣମାଧ୍ୟମ ଖବର ପ୍ରସାରଣ ପରେ ଅନୀଲଙ୍କ ନିକଟରେ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଡ଼ିଏମଓଙ୍କ ସମେତ ଏକ ସ୍ବାସ୍ଥ୍ୟ ଟିମ ଅନୀଲଙ୍କ ନିକଟକୁ ଯାଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ତାଙ୍କୁ ଚିକିତ୍ସା ଯୋଗାଇ ଦେବାର ପ୍ରତିଶୃତି ପରେ ଅନୀଲଙ୍କ ମନରେ ଆଶା ସଂଚାର ହୋଇଥିଲା । ଗତ ୬ ତାରିଖ ଦିନ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅନୀଲଙ୍କୁ ବିଶାଖାପାଟଣା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ହେଲେ ସେଠାରେ ଅନୀଲ ଭର୍ତ୍ତି ହେବାର ୨ ଦିନ ବିତିଯାଇଥିଲେ ମଧ୍ୟ ଅନୀଲଙ୍କୁ କୌଣସି ସ୍ବାସ୍ଥ୍ୟସେବା ବର୍ତ୍ତମାନ ଯାଏଁ ଯୋଗାଇ ଦିଆଯାଇନାହିଁ । ଏନେଇ ଏକ ଭିଡ଼ିଓ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି ଅନୀଲ । ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ସୋସିଆଲ ମିଡିଆରେ ଜିଲ୍ଲା ପ୍ରଶାସନର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details