କଳାହାଣ୍ଡି: ଜିଲ୍ଲାର ଜୁନାଗଡ଼ର ଏକ ଦେୟଯୁକ୍ତ ଟିଏମସିରେ ଥିବା ୨ ଜଣ ମହିଳାଙ୍କ ସ୍ୱାବ ନମୁନା କୋରୋନା ପଜିଟିଭ ଆସିଛି । ସମ୍ପର୍କରେ ଉଭୟ ମାଁ ଏବଂ ଝିଅ । ମା'ଙ୍କ ବୟସ ୪୪ ବର୍ଷ ଏବଂ ଝିଅଙ୍କ ବୟସ ୧୯ ବର୍ଷ ଥିବାବେଳେ, ଉଭୟ ପଶ୍ଚିମବଙ୍ଗ ଫେରନ୍ତା ।
ଗତ ୧୨ ତାରିଖରେ ସେମାନେ ପଶ୍ଚିମବଙ୍ଗରୁ ଟ୍ରେନ ଯୋଗେ ସମ୍ବଲପୁର ଆସି ସେଠାରୁ ଭବାନୀପାଟଣାରେ ପହଞ୍ଚିଥିଲେ । ଏହାପରେ ଉଭୟ ଜୁନାଗଡ଼ର ଏକ ଦେୟଯୁକ୍ତ ଟିଏମସିରେ କ୍ୱାରେଣ୍ଟାଇନରେ ଥିଲେ । ସେମାନଙ୍କ ପଜିଟିଭ ବାହାରିବା ପରେ ଉଭୟଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଜିର 2 ପଜିଟିଭ ମାମଲା ସହ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୫ରେ ପହଞ୍ଚିଛି ।