ଓଡିଶା

odisha

By

Published : Jun 16, 2022, 5:29 PM IST

ETV Bharat / state

ଜନନେତା ପ୍ରସନ୍ନ ପଣ୍ଡାଙ୍କ ଜନ୍ମ ଶତବାର୍ଷିକ ପାଳିତ

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ହୋଇଥିବା ଜନନେତା ସ୍ବର୍ଗତ ପ୍ରଶନ୍ନ ପଣ୍ଡାଙ୍କ ଝାରସୁଗୁଡାରେ ଶତ ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଛି l ଅଧିକ ପଢନ୍ତୁ

ଜନନେତା ପ୍ରଶନ୍ନ ପଣ୍ଡାଙ୍କ ଜନ୍ମ ଶତବାର୍ଷିକ ପାଳିତ
ଜନନେତା ପ୍ରଶନ୍ନ ପଣ୍ଡାଙ୍କ ଜନ୍ମ ଶତବାର୍ଷିକ ପାଳିତ

ଝାରସୁଗୁଡା: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ହୋଇଥିବା ଜନନେତା ସ୍ବର୍ଗତ ପ୍ରଶନ୍ନ ପଣ୍ଡାଙ୍କର ଆଜି(ଗୁରୁବାର) ଝାରସୁଗୁଡାରେ 100ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଛି l ଏହିଅବସରରେ ବ୍ରଜରାଜନଗର ନବନିର୍ବାଚିତ ବିଧାୟିକା ଅଳକା ମହାନ୍ତି, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ସହ ସିପିଆଇ, କଂଗ୍ରେସ, ବିଜେପି ଓ ବିଜେଡି ଦଳର କାର୍ଯ୍ୟକର୍ତ୍ତା ଓ ଜିଲ୍ଲାବାସୀ ଯୋଗଦେଇ ଝାରସୁଗୁଡା ବାଇପାସ ଛକ ସ୍ଥିତ ସ୍ୱର୍ଗତ ପ୍ରସନ୍ନ ପଣ୍ଡାଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଛନ୍ତି l

ଜନନେତା ପ୍ରଶନ୍ନ ପଣ୍ଡାଙ୍କ ଜନ୍ମ ଶତବାର୍ଷିକ ପାଳିତ

ସ୍ବର୍ଗତ ପ୍ରସନ୍ନ ପଣ୍ଡା ହୀରକୁଦ ବିସ୍ଥାପିତଙ୍କ ହକ ପାଇଁ ଲଢ଼େଇ କରିଥିଲେ l ସେ ଗରିବ ଖଟିଖିଆଙ୍କ ଉନ୍ନତି ପାଇଁ ସବୁବେଳେ ସ୍ୱର ଉତ୍ତୋଳନ କରିଆସୁଥିଲେ l ନିଜ ଜୀବନକାଳରେ ରାଜନୀତିରୁ ଉର୍ଦ୍ଧରେ ରହି ସ୍ବର୍ଗତ ପଣ୍ଡା କେବଳ ଲୋକଙ୍କ ଉନ୍ନତି ଓ ବିକାଶ ପାଇଁ କାର୍ଯ୍ୟ କରିଆସୁଥିଲେ l ମାଟି ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିବାରୁ ତାଙ୍କୁ ଚିରଦିନ ପାଇଁ ଝାରସୁଗୁଡାବାସୀ ମନେ ରଖିବେ ବୋଲି କହିଛନ୍ତି ବିଯାୟିକା ଅଳକା ମହାନ୍ତି l

ଇଟିଭି ଭାରତ, ଝାରସୁଗୁଡା

For All Latest Updates

TAGGED:

ABOUT THE AUTHOR

...view details