ଓଡିଶା

odisha

By

Published : May 7, 2023, 9:25 PM IST

ETV Bharat / state

Jharsuguda Bypoll: ଲଇକେରାରେ ବିଜେପିର ଘନଘନ ପ୍ରଚାର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଆଜି ଲାଇକେରାରେ ପ୍ରଚାର କରିଛନ୍ତି । ଅଧିକ ପଢନ୍ତୁ

bjp leader jual oram
bjp leader jual oram

ଲଇକେରାରେ ବିଜେପିର ଘନଘନ ପ୍ରଚାର

ସମ୍ବଲପୁର :ଭୋଟରଙ୍କ ମନ ଜିଣିବା ପାଇଁ ହାତରେ ଆଉ ଗୋଟିଏ ଦିନ । ଆଉ 2 ଦିନ ପରେ ଝାରସୁଗୁଡ଼ାରେ ପଡ଼ିବ ଭୋଟ। ପ୍ରାର୍ଥୀମାନେ ଘରକୁ ଘର ବୁଲି କରୁଛନ୍ତି ଜୋରଦାର ପ୍ରଚାର । ଏଥିପାଇଁ ଲାଇକେରା ବ୍ଲକରେ ଜୋରଦାର ପ୍ରଚାର କରିଛି ବିଜେପି । ପୂର୍ବତନ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଲାଇକେରାରେ ପ୍ରଚାର କରିଛନ୍ତି । ଝାରସୁଗୁଡା ବିଜୟରେ ଲଇକେରାର ଗୁରୁତ୍ବପୂର୍ଣ ଭୂମିକା ଥିବାରୁ ବିଜେପି ଏହି ଅଞ୍ଚଳରେ ଥିବା ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀକୁ ଧରି ବିଜେପି ଆଡକୁ ଭୋଟରଙ୍କୁ ମୁହାଇବାକୁ ଚେଷ୍ଟା କରୁଛି । ମୁଖ୍ୟତଃ ଏହି ଆଞ୍ଚଳଟି ପୂର୍ବରୁ କଂଗ୍ରେସର ଗଡ଼ ଥିଲା ତେବେ ନବ ଦାସ 2019ରେ ବିଜେଡିରେ ଯୋଗ ଦେବା ପରେ ଏହି ଅଞ୍ଚଳରେ ବର୍ତ୍ତମାନ ବିଜେଡିର ଦବଦବା ରହିଛି ।

ଏହା ମଧ୍ୟ ପଢନ୍ତୁ-Jharsuguda Bypoll: ଆଉ 2ଦିନ ପରେ ପଡ଼ିବ ଭୋଟ, କମ୍ପୁଛି ନିର୍ବାଚନୀ ମଇଦାନ

ତେବେ ରାଜନୀତି ବିଶ୍ଳେଷକଙ୍କ ଅନୁସାରେ ଏହି ଅଞ୍ଚଳରେ ବର୍ତ୍ତମାନ କେତେକ ସ୍ଥାନରେ ବିଜେପିର ଇଣ୍ଟରକରେଣ୍ଟ୍‌ ଥିବାରୁ ଏହାର ଫାଇଦା ଉଠାଇବା ପାଇଁ ବିଜେପି ଚେଷ୍ଟା କରୁଛି । ମୁଖ୍ୟତଃ ସ୍ଥାନୀୟ ବିଜେଡିର କେତେକ କୁଜି ନେତାଙ୍କ ଯୋଗୁଁ ଯୁବ ଗୋଷ୍ଠୀର କେତେକ ଲୋକେ ବିଜେପି ମୁହାଁ ହୋଇଥିବା ବେଳେ ବିଜେପି ଏହି ସୁଯୋଗକୁ ହାତ ଛଡା ନକରି ଜୋର୍‌ସୋର୍‌ ପ୍ରଚାର କରିଛି ଲାଇକେରାରେ ।

ଏହା ମଧ୍ୟ ପଢନ୍ତୁ-ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ରବୀନ୍ଦ୍ର, ଯାଜପୁର ମାଟିରେ ଫଳାଇଲେ ସେଓ

ଲାଇକେରା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରଚାର କରିଛନ୍ତି । ଆଦିବାସୀ ଅଞ୍ଚଳରେ ଆଦିବାସୀ ଭାଷାରେ ଭାଷଣ ଦେଇ ପ୍ରଚାର କରିଛନ୍ତି ଏହି 2 ବିଜେପି ନେତା । ମୁଖ୍ୟତଃ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ନବ ଦାସ ହତ୍ୟାକାଣ୍ଡ, ଚିଟ୍‌ ଫଣ୍ଡ ଟଙ୍କା ନଫେରିବା, ଝାରସୁଗୁଡାର ଶିଳ୍ପ ଅନୁଷ୍ଠାନଗୁଡିକର ପାଉଁଶ ବେଆଇନ ଭାବେ ଏଣେତେଣେ ପକାଇବା, ସ୍ଥାନୀୟ ଶିଳ୍ପ ଅନୁଷ୍ଠାନରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ନମିଳିବା, ଡାକ୍ତର ସମସ୍ୟା ଆଦି ପ୍ରସଙ୍ଗ ନେଇ ପ୍ରଚାର କରିଛନ୍ତି ବେଜେପି ନେତା । ଲୋକେ ସବୁ ଜାଣିଛନ୍ତି ଓ ଏଥର ପରିବର୍ତ୍ତନ କରିବେ ବୋଲି ବିଜେପି ନେତା କହିଛନ୍ତି ।

ଏହା ବି ପଢ଼ନ୍ତୁJharsuguda Bypoll: ଅମଲିପାଲିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଅଭିଭାଷଣ ବେଳେ ହେଲେ ଭାବୁକ

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details