ଯାଜପୁର: କୋରୋନାକୁ ହରାଇବାକୁ ବର୍ତ୍ତମାନ ମୁଖ୍ୟ ଅସ୍ତ୍ର ହୋଇଛି ଟିକା । ମହାମାରୀ ସମୟରେ ଟିକା ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏପରି ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲାର ଶୁଭେନ୍ଦୁ କୁମାର ପତି ନାମକ ଜଣେ ହିତାଧୀକାରୀ ।
ସୂଚନାଅନୁସାରେ, ଯାଜପୁର ସହରର ଶୁଭେନ୍ଦୁ କୁମାର ପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା କାର୍ଯ୍ୟ ପାଇଁ ଡାଟା ଏଣ୍ଟ୍ରି ଅପରେଟର ଭାବେ ଚୁକ୍ତିଭିତ୍ତିକ ଚାକିରି କରିଥିଲେ । ଟୀକାକରଣ ପାଇଁ ତାଙ୍କଠାରୁ ସମସ୍ତ ପରିଚୟ ପତ୍ର ମଗାଯାଇଥିଲା । ଚୁକ୍ତି ଅନୁସାରେ ଡିସେମ୍ବର ମାସଠାରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହା ପରେ ସେ ଆଉ ଡାକ୍ତରଖାନା ଯାଇନାହାନ୍ତି । ତାଙ୍କ ପରିଚୟ ପତ୍ର ଜରିଆରେ ଅନ୍ୟ କାହାକୁ ଟିକା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ।