ଓଡିଶା

odisha

By

Published : May 8, 2022, 8:42 AM IST

ETV Bharat / state

ବଡଚଣାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବସ୍, 15ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ବଡଚଣା ଛକ ନିକଟରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ତଳକୁ ପଲଟିଲା ବସ୍ । 15ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ । ଅଧିକ ପଢନ୍ତୁ

ଭାରସାମ୍ଯ ହରାଇ ରାସ୍ତା ତଳକୁ ପଲଟିଲା ବସ୍, 15ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ
ଭାରସାମ୍ଯ ହରାଇ ରାସ୍ତା ତଳକୁ ପଲଟିଲା ବସ୍, 15ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଯାଜପୁର:ବଡଚଣା ଛକ ନିକଟରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ତଳକୁ ପଲଟିଲା ବସ୍ । 15ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ । ଗୁରୁତର 7ଜଣ ଯାତ୍ରୀଙ୍କୁ କଟକ ଏସସିବି(SCB) ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଭୁବନେଶ୍ବରରୁ ରାଇରଙ୍ଗପୁରର ଜାମୁଦା ଅଭିମୁଖେ ଜୟଦୁର୍ଗା ନାମକ ଏକ ବସ୍ ଯାତ୍ରା କରିବା ସମୟରେ ବଡଚଣା ଛକ ନିକଟରେ ଭାରସାମ୍ୟ ହରାଇ ତଳକୁ ପଲଟିଯାଇଥିଲା । ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଖବରପାଇ ଅଗ୍ନିଶମ ବାହିନୀ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାରକରି ବଡଚଣା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ 7ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । କ୍ରେନ୍ ଦ୍ବାରା ବସକୁ ଉପରକୁ ଉଠାଯାଇଛି ।

ଭାରସାମ୍ଯ ହରାଇ ରାସ୍ତା ତଳକୁ ପଲଟିଲା ବସ୍, 15ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details