ଓଡିଶା

odisha

By

Published : Jan 11, 2020, 12:05 AM IST

ETV Bharat / state

ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ପ୍ରତିବାଦରେ ତେଜୁଛି ଆନ୍ଦୋଳନ

କେନ୍ଦ୍ର କ୍ୟାବିନେଟର ଏଭଳି ନିଷ୍ପତ୍ତି ପରେ କାରଖାନା ସହ ସମ୍ପୃକ୍ତି ଥିବା ବିଭିନ୍ନ ଟ୍ରେଡ୍ ୟୁନିୟନ ଏକତ୍ର ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ବିଭିନ୍ନ ଟ୍ରେଡ ୟୁନିୟନ।

image
ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ପ୍ରତିବାଦରେ ତେଜୁଛି ଆନ୍ଦୋଳନ

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ପ୍ରତିବାଦରେ ତେଜୁଛି ଆନ୍ଦୋଳନ । କେନ୍ଦ୍ର କ୍ୟାବିନେଟର ଏଭଳି ନିଷ୍ପତ୍ତି ପରେ କାରଖାନା ସହ ସମ୍ପୃକ୍ତି ଥିବା ବିଭିନ୍ନ ଟ୍ରେଡ୍ ୟୁନିୟନ ଏକତ୍ର ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ବିଭିନ୍ନ ଟ୍ରେଡ ୟୁନିୟନ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ୧.୧ ମିଲିୟନ୍ ଟନର ଏହି ଇସ୍ପାତ କାରଖାନା ପରିଚାଳତ ହେଉଥିଲା । ଏଥିରେ ଏମ୍.ଏମ୍.ଟି.ସି, ଭେଲ, ଏନ୍.ଏମ୍.ଡି.ସି, ମେକନ ଓ ଇପିକଲ ଆଦି ୬ଟି ସଂସ୍ଥା ପୁଞ୍ଜି ନିବେଶ କରିଥିଲେ। ବେଶ କିଛିଦିନ ଧରି ଏହି କାରଖାନା ଲାଭରେ ଚାଲିବା ପରେ ଗତ କିଛି ବର୍ଷ ହେବ ବହୁ କ୍ଷତିରେ ଚାଲୁଥିଲା । ଏଭଳି ପରିସ୍ଥିତିରେ ପୁଞ୍ଜି ନିବେଶ କରିଥିବା ଏହି ସଂସ୍ଥା ଗୁଡିକ ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍।

ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ପ୍ରତିବାଦରେ ତେଜୁଛି ଆନ୍ଦୋଳନ

କେନ୍ଦ୍ର କ୍ୟାବିନେଟର ଏଭଳି ନିଷ୍ପତ୍ତି ପରେ ଏହି କାରଖାନା ବିକ୍ରି ହେବା ସହ ଘରୋଇକରଣ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଯାହାକୁ ସବୁ ମହଲରେ ବିରୋଧ କରାଯାଇଛି । ଏନେଇ ଶ୍ରମିକ ଓ କର୍ମଚାରୀ ଆତଙ୍କିତ ହୋଇପଡିଛନ୍ତି । ଏହି କାରଖାନା ଘରୋଇକରଣ ହେଲେ ହଜାର ହଜାର ଶ୍ରମିକ ଓ କର୍ମଚାରୀ ସେମାନଙ୍କ ଚାକିରୀ ହରାଇବେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଶ୍ରମିକ ନେତା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details