ଯାଜପୁର: ସାରା ବିଶ୍ବରେ ନିଜ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭରାଇସ । ଏହାର ପ୍ରଭାବରେ ବିଶ୍ବରେ ମୃତ୍ୟୁ ସଂଖ୍ୟା 9 ହଜାର ଟପିଥିବା ବେଳେ ଭାରତରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା2ଶହ ଛୁଇଁଲାଣି । ତେବେ ଏଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ କଟକଣା ମାନ ମଧ୍ୟ ଜାରି କରିଛନ୍ତି । ତେବେ ଏହି ସମୟରେ କଟକଣା ଠାରୁ ଅଧିକ ଫଳପ୍ରଦ ହେବ ଲୋକଙ୍କୁ ସଚେତନ କରାଇବା ।
ତେଣୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ଲାଗି ଯାଜପୁରରେ ସାମ୍ବାଦିକ ମାନେ ଅଣ୍ଟା ଭିଡିଛନ୍ତି । ଯାଜପୁର ରୋଡ଼ ପ୍ରେସ କ୍ଲବ ପକ୍ଷରୁ ବ୍ୟାସନଗର ପୌରାଞ୍ଚଳରେ କୋରୋନା ଭାଇରସ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରେସ କ୍ଲବର ସଦସ୍ୟମାନେ ମୁହଁରେ ମାସ୍କ ପିନ୍ଧି ଏକ ସଚେତନତା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଛନ୍ତି ।