ଓଡିଶା

odisha

By

Published : Dec 5, 2019, 4:53 PM IST

Updated : Dec 5, 2019, 9:28 PM IST

ETV Bharat / state

ମଦ ପିଇ ଚାକିରିରୁ ବିଦା ହେଲେ ମାତାଲ ସାର୍

ସରକାରୀ କାର୍ଯ୍ୟରେ ଅବହେଳା ଓ ଛାତ୍ରଛାତ୍ରୀଙ୍କୁ ଦଣ୍ଡିତ କରିବା ଘଟଣାରେ ବାଲିଆ ସ୍କୁଲର ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି । ଅଧିକ ପଢନ୍ତୁ...

TEACHER
ମହଙ୍ଗା ପଡିଲା ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇବା

ଯାଜପୁର: ମହଙ୍ଗା ପଡିଲା ମାତାଲ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ । ବିଚ୍ ରାସ୍ତାରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଚାକିରି ହରାଇଲେ ମଦ୍ୟପ ଶିକ୍ଷକ । ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ପ୍ରଥମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାକିରିରୁ ଅବ୍ୟାହତି ପରେ ଏବେ ଚାକିରିରୁ ବିଦା କରାଯାଇଛି ।

ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ମଦ୍ୟପ ସାର୍ କାର୍ଯ୍ୟରୁ ଅବ୍ୟାହତି

ସୂଚନା ଅନୁସାରେ, ଗତ ବୁଧବାର ବାଲିଆ ପ୍ରାଥମିକ ବିଦ୍ୟାଳୟର ମକରନ୍ଦ ମହାନ୍ତ ନାମକ ଶିକ୍ଷକ ଅଚନାକ ମଦ ପିଇ ପହଞ୍ଚିଥିଲେ ସ୍କୁଲରେ । ନିଜ ଗାଡିକୁ ଫୋପାଡି ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିଲେ । ତେବେ ଏହା ପ୍ରଥମ ଘଟଣା ନୁହେଁ ଆଗରୁ ମଧ୍ୟ ବହୁବାର ସାର୍ ଏମିତି ମଦ ପିଇ ସ୍କୁଲ ଆସନ୍ତି । ଅକାରଣରେ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦିଅନ୍ତି । ଏପରି ନକରିବାକୁ ଗ୍ରାମବାସୀ ବହୁବାର ବାରଣ କରିବା ସତ୍ତ୍ବେ ଶୁଣି ନଥିଲେ ସାର୍ । ଶେଷରେ ଗ୍ରାମବାସୀ ଭିଡିଓ ଉତ୍ତୋଳନ କରି ବିଭାଗୀୟ ଅଧିକାରୀଙ୍କୁ ପଠାଇଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଜଣେ ଶିକ୍ଷକଙ୍କ ଏପରି ଆଚରଣକୁ ନିନ୍ଦା କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 5, 2019, 9:28 PM IST

ABOUT THE AUTHOR

...view details