ଓଡିଶା

odisha

କଂଗ୍ରେସ ଛାଡ଼ିଲେ କୋରାଇ ନିର୍ବାଚନ ମଣ୍ଡଳୀର ଶତାଧିକ ନେତା ଓ କର୍ମୀ

By

Published : Feb 17, 2022, 9:48 PM IST

ଦିନକୁ ଦିନ ରାଜ୍ୟ କଂଗ୍ରେସରେ ଦଳୀୟ ବିଶୃଙ୍ଖଳା ବୃଦ୍ଧି ପାଇବାରେ ଲାଗିଛି । ଆଜି(ଗୁରବାର) ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟିର ସଭାପତି ପ୍ରିୟବ୍ରତ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଦଳରୁ ସାମୂହିକ ଇସ୍ତଫା ଦେଇଛନ୍ତି। ଅଧିକ ପଢନ୍ତୁ

କଂଗ୍ରେସ ଛାଡ଼ିଲେ କୋରାଇ ନିର୍ବାଚନ ମଣ୍ଡଳୀର ଶତାଧିକ ନେତା ଓ କର୍ମୀ
କଂଗ୍ରେସ ଛାଡ଼ିଲେ କୋରାଇ ନିର୍ବାଚନ ମଣ୍ଡଳୀର ଶତାଧିକ ନେତା ଓ କର୍ମୀ

ଯାଜପୁର:ଦିନକୁ ଦିନ ରାଜ୍ୟ କଂଗ୍ରେସରେ ଦଳୀୟ ବିଶୃଙ୍ଖଳା ବୃଦ୍ଧି ପାଇବାରେ ଲାଗିଛି । ସଂଗଠନ ଦାୟିତ୍ବରେ ଥିବା ନେତାଙ୍କ ଅପାରଗତା ଓ ଦଳୀୟ କନ୍ଦଳ ପାଇଁ ଅନେକ ନେତା ଓ କର୍ମୀ କଂଗ୍ରେସ ଦଳ ଛାଡୁଥିବା ଦେଖିବାକୁ ମିଳୁଛି। ଆଜି(ଗୁରବାର) ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟିର ସଭାପତି ପ୍ରିୟବ୍ରତ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଦଳରୁ ସାମୂହିକ ଇସ୍ତଫା ଦେଇଛନ୍ତି।

କଂଗ୍ରେସ ଛାଡ଼ିଲେ କୋରାଇ ନିର୍ବାଚନ ମଣ୍ଡଳୀର ଶତାଧିକ ନେତା ଓ କର୍ମୀ

ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ଅପାରଗତା ଓ ଦଳୀୟ ଅବହେଳାକୁ ଦର୍ଶାଇ ସମସ୍ତେ ଦଳ ଛାଡିଥିବା ସୂଚନା ଦେଇଛନ୍ତି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଯୁବ କଂଗ୍ରେସ କମିଟିକୁ ଅଣଦେଖା କରାଯାଇଛି ।

ଏଥିସହିତ ଯୁବ କଂଗ୍ରେସକୁ ଦୁର୍ବଳ କରିବାକୁ ରାଜ୍ୟ ସଭାପତି ସ୍ମୃତିରଞ୍ଜନ ଲେଙ୍କା ହୀନ ଚକ୍ରାନ୍ତ କରୁଥିବାରୁ ଦଳ ଛାଡିଥିବା ଯୁବ କଂଗ୍ରେସ ସଭାପତି କହିଛନ୍ତି। ଯାଜପୁର ବ୍ୟାସନଗର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details