ଓଡିଶା

odisha

By

Published : Jul 14, 2022, 4:30 PM IST

ETV Bharat / state

କିଆବୁଦା ମୂଳରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

କିଆବୁଦା ମୂଳରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମୃତ ମହିଳା ଜଣକ ମଙ୍ଗଳବାର ରାତିରୁ ନିଖୋଜ ଥିଲେ । ଅଧିକ ପଢ଼ନ୍ତୁ

କିଆବୁଦା ମୂଳରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର
କିଆବୁଦା ମୂଳରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

ଯାଜପୁର :ଗତ ମଙ୍ଗଳବାରରୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଏକ କିଆବୁଦା ମୂଳରୁ ଉଦ୍ଧାର କରିଛି । ମହିଳାଙ୍କ ମୃତଦେହ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡିଥିଲା । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ସୁନାରୀ ଗ୍ରାମରେ। ମୃତ ମହିଳା ହେଲେ ସୁରେନ୍ଦ୍ର ଦାଶଙ୍କ ପତ୍ନୀ ଗୀତାଞ୍ଜଳୀ ଦାଶ ।

କିଆବୁଦା ମୂଳରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

ଗୀତାଞ୍ଜଳୀ ମଙ୍ଗଳବାର ରାତିରୁ ନିଖୋଜ ଥିବା ବେଳେ ବୁଧବାର ଧର୍ମଶାଳା ଥାନାରେ ତାଙ୍କ ଭାଇ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଭଉଣୀ ନିଖୋଜ ହେବା ନେଇ କରିଥିଲେ ଅଭିଯୋଗ । ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା । ସୂଚନା ମୁତାବକ, ସୁନାରୀ ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଗୀତାଞ୍ଜଳୀ ୧୬ବର୍ଷ ତଳେ ବାରବାଟୀ ବାଙ୍କସାହି ଗ୍ରାମର ସୁରେନ୍ଦ୍ର ଦାଶଙ୍କୁ ବିବାହ କରିଥିଲେ। ତେବେ ପାରିବାରିକ କଳହ ଯୋଗୁଁ ଗତ ୫ବର୍ଷ ହେବ ଗୀତାଞ୍ଜଳୀ ନିଜର ଏକମାତ୍ର ଝିଅକୁ ଧରି ବାପଘରେ ଆସି ରହୁଥିଲେ ।

ଗୀତାଞ୍ଜଳୀ ବାପଘରେ ରହିବା ପରେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ତେବେ ମଙ୍ଗଳବାର ହଠାତ ଘରୁ କୁଆଡେ ଚାଲି ଯାଇଥିଲେ । ଆଜି ସକାଳୁ ଘର ଠାରୁ କିଛି ଦୂରରେ ଥିବା ଏକ କିଆ ବୁଦା ମୂଳେ ଦରପୋଡ଼ା ଅବସ୍ଥାରେ ଏକ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏହା ଗୀତାଞ୍ଜଳୀଙ୍କର ବୋଲି ଜଣାପଡିଥିଲା । ପାଖରେ ପ୍ଲାଷ୍ଟିକ ଜାର୍ ପଡିଥିବା ବେଳେ ଗୀତାଞ୍ଜଳୀ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details