ଓଡିଶା

odisha

By

Published : Sep 28, 2021, 6:45 PM IST

ETV Bharat / state

ଛଟେଇ ଶ୍ରମିକଙ୍କୁ ପୁନର୍ବାର ନିଯୁକ୍ତି ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମହିଳା ଶ୍ରମିକଙ୍କ ଦାବିପତ୍ର

ପୁନଃ ନିଯୁକ୍ତି ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଛଟେଇ ମହିଳା ଶ୍ରମିକମାନେ ଦାବିପତ୍ର ପ୍ରଦାନ କରିଛନ୍ତି । କମ୍ପାନୀ ପକ୍ଷରୁ ଦାବି ପୂରଣ ନହେଲେ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ... ଅଧିକ ପଢନ୍ତୁ...

ଛଟେଇ ଶ୍ରମିକଙ୍କୁ ପୁନର୍ବାର ନିଯୁକ୍ତି ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମହିଳା ଶ୍ରମିକଙ୍କ ଦାବିପତ୍ର
ଛଟେଇ ଶ୍ରମିକଙ୍କୁ ପୁନର୍ବାର ନିଯୁକ୍ତି ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମହିଳା ଶ୍ରମିକଙ୍କ ଦାବିପତ୍ର

ଯାଜପୁର:ଛଟେଇ ଶ୍ରମିକଙ୍କୁ ପୁନର୍ବାର ନିଯୁକ୍ତି ଦାବିରେ ଘେରାଉ କଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଅଧିନ କାଳିଆପାଣି ସ୍ଥିତ ଟାଟା କମ୍ପାନୀର ଖଣିରେ ଛଟେଇ ଶ୍ରମିକଙ୍କୁ ପୁନର୍ବାର ନିଯୁକ୍ତି ଦାବିରେ ବ୍ୟାସନଗରସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଶ୍ରମିକମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ କାଳିଆପାଣିସ୍ଥିତ ଟାଟା କମ୍ପାନୀର କଲରିଙ୍ଗଅତ୍ତା ଠାରେ ଖଣିଖନନ କରୁଥିବା ଟିଏସଏମଏଲ(TSML) ନାମକ ଠିକା ସଂସ୍ଥା ନିକଟରେ ଦୀର୍ଘ ୨୦ ବର୍ଷ ଧରି ୪୦ରୁ ଊର୍ଦ୍ଧ୍ବ ମହିଳା ଶ୍ରମିକ କାର୍ଯ୍ୟ କରିଆସୁଥିଲେ ।

ଛଟେଇ ଶ୍ରମିକଙ୍କୁ ପୁନର୍ବାର ନିଯୁକ୍ତି ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମହିଳା ଶ୍ରମିକଙ୍କ ଦାବିପତ୍ର

ତେବେ ବିଗତ କିଛି ବର୍ଷ ହେବ କମ୍ପାନୀର କାର୍ଯ୍ୟ ଶେଷ ହୋଇଯିବାରୁ ଏହି ମହିଳାଙ୍କୁ କାର୍ଯ୍ୟ ନଥିବା କହି କମ୍ପାନୀ କାମରୁ ଛଟେଇ କରିବା ସହିତ ପୁଣି କମ୍ପାନୀ କାର୍ଯ୍ୟ ଆରମ୍ଭ ହେଲେ ନିଯୁକ୍ତି ଦେଵ ବୋଲି ଟାଟା କମ୍ପାନୀର କର୍ତ୍ତୃପକ୍ଷ କହିଥିଲେ । ମାତ୍ର କମ୍ପାନୀ ପୁଣିଥରେ ଖଣିଖନନ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଏହି ମହିଳା ଶ୍ରମିକଙ୍କୁ ନିଯୁକ୍ତି ଦେଇ ନଥିବା ଘଟଣାରେ ଆଜି (ମଙ୍ଗଳବାର) ଅଭିଯୋଗ କରିଛନ୍ତି । ତେବେ କମ୍ପାନୀ ଖୁବଶୀଘ୍ର ଏହି ମହିଳାଙ୍କୁ ନିଯୁକ୍ତି ଦେବା ଦାବିରେ ମାନବାଧିକାର କର୍ମୀ ବିଶ୍ବନାଥ ପାତ୍ରଙ୍କ ନେତୃତ୍ବରେ ବ୍ୟାସନଗରସ୍ଥିତ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଯଦି କମ୍ପାନୀ କତ୍ତୃପକ୍ଷ କି ଜିଲ୍ଲା ପ୍ରଶାସନ ଏହି ଦାବିପତ୍ରକୁ ଧ୍ୟାନ ନ ଦିଅନ୍ତି ତେବେ ଟାଟା ଖଣି କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ଛଟେଇ ମହିଳା ଶ୍ରମିକମାନେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details