ଓଡିଶା

odisha

By

Published : Jan 23, 2023, 9:55 PM IST

ETV Bharat / state

ହକି ଫେଷ୍ଟ ଉଦଯାପିତ, ଶେଷ ଦିନରେ ହଜାର ହଜାର ଦର୍ଶକଙ୍କ ଭିଡ

ଅତି ଧୂମ ଧାମର ସହିତ ଶେଷ ହେଲା ହକି ଫେଷ୍ଟ କାର୍ଯ୍ୟକ୍ରମ । ଶେଷ ଦିନରେ ଉଦଯାପନୀ ଉତ୍ସାବ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ । ଅଧିକ ପଢନ୍ତୁ

closing ceremony of hockey fest
closing ceremony of hockey fest

closing ceremony of hockey fest

ଯାଜପୁର:ଓଡିଶାରେ ଆରମ୍ଭ ହୋଇଛି ଅନ୍ତର୍ଜାତିକ ହକି କ୍ରିଡା । ଏହି ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ଖେଳପଡିଆରେ ତିନି ଦିନ ଧରି ଆୟୋଜିତ ହୋଇ ଆସିଥିଲା ଯାଜପୁର ହକିଫେଷ୍ଟ ଉତ୍ସବ । ଯେଉଁଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଗୁରୁତ୍ବ ଦିଆଯାଇଥିଲା । ଗତକାଲି ସଂନ୍ଧ୍ୟାରେ ଏହା ଉଦଯାପିତ ହୋଇଯାଇଛି । ଏଥିପାଇଁ ପ୍ରତିଦିନ ସଂନ୍ଧ୍ୟାରେ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଯେଉଁଥିରେ ସାମିଲ ହେଉଥିଲେ ଅନେକ ବଲିଉଡ୍ ଓ ଓଲିଉଡ କଳାକାର, ନାୟକ ନାୟିକା । ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଶେଷ ଦିନରେ ହଜାର ହଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ରାଉରକେଲା ଓ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ହକି ଫେଷ୍ଟ । ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ଉପାଧ୍ୟକ୍ଷ ଗଣେଷ ବରାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ପୌରପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ପୌର ଉପାଧ୍ୟକ୍ଷ ସୁବାସ ବଳ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି ଉଦଯାପନୀ ସଂନ୍ଧ୍ୟାରେ ଓଡିଆ ସିନେଜଗତର ସୁନାମଧନ୍ୟ ଗାୟକ ଅଭିଜିତ୍ ମଜୁନଦାର ଓ ଲିପ୍ସା ମହାପାତ୍ରଙ୍କ ସଙ୍ଗୀତର ମୂର୍ଚ୍ଛନା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏଥିସହ ସିନେ କଳାକାର ଏଲିନା ସାମନ୍ତରାୟ ଓ ସୁବାଶିଷ ଶର୍ମାଙ୍କୁ ମଞ୍ଚରେ ପାଇ ବେଶ ଆନନ୍ଦିତ ହୋଇଥିଲେ ଦର୍ଶକ ।

ଏହି ଉପଲକ୍ଷେ ମହୋତ୍ସବ ପଡିଆରେ ଖୋଲିଥିଲା ଛୋଟବଡ ଅନେକ ଷ୍ଟଲ । ମିଶନ ଶକ୍ତି ଓ ଓରମାସ ଆନୁକୂଲ୍ୟରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ମହିଳା ସ୍ବୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଭିନ୍ନଭିନ୍ନ ପ୍ରକାରର ଘରକରଣା ଓ ଖାଦ୍ୟ ସାମଗ୍ରୀ ଷ୍ଟଲ ମାନଙ୍କରେ ସ୍ଥାନ ପାଇଥିଲେ । ଜିନିଷପତ୍ର କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବା ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା ମହୋତ୍ସବ ପଡିଆ । ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଏହି ଅବସରରେ ଯାଜପୁର ଜିଲ୍ଲାର ପ୍ରତିଷ୍ଠିତ ଶିଳ୍ପୀ, କାରିଗର ଓ କଳାକାର ମାନଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Republic Day 2023: ଏଥର ବିନା କଟକଣାରେ ପରେଡ୍‌, ଉଠିଲା କଟକଣା

ତେବେ ପ୍ରତିଦିନ ସଂନ୍ଧ୍ୟାରେ ବଲିଉଡ ଓ ଓଲିଉଡର ଗାୟକ କଳାକାରଙ୍କ ଦ୍ବାରା ପରିବେଷିତ ହୋଇଥିଲା ନାନା ସାଂସ୍କୃତିକ କାର୍ଯ୍ୟକ୍ରମ । ଶିତୁଆ ସଂନ୍ଧ୍ୟାର ଯାହାର ମଜା ନେଇଥିଲେ ମହୋତ୍ସବ ପଡିଆରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details