ଓଡିଶା

odisha

By

Published : Jul 21, 2020, 9:09 AM IST

ETV Bharat / state

ଖଣ୍ଡାହତା ଗାଁରେ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୪ଜଣ ଆହତ

ଯାଜପୁର ରୋଡ ଥାନା ଖଣ୍ଡାହତା ଗାଁରେ ଗୋଷ୍ଠୀ ସଂଘର୍ଷ । ଖବର ପାଇ ଗାଁରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିବାବେଳେ ଉତ୍ୟକ୍ତ ଲୋକମାନେ ପୋଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ ।

ଖଣ୍ଡାହତା ଗାଁରେ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୪ଜଣ ଆହତ
ଖଣ୍ଡାହତା ଗାଁରେ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୪ଜଣ ଆହତ

ଯାଜପୁର: ଜିଲ୍ଲା ଯାଜପୁର ରୋଡ ଥାନା ଖଣ୍ଡାହତା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଗାଁର ତଳସାହି ଓ ଉପରସାହି ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୨ ଜଣ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ଏଥିସହିତ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ।

ଖଣ୍ଡାହତା ଗାଁରେ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୪ଜଣ ଆହତ

ସୂଚନା ମୁତାବକ ଗାଁର ଏହି 2ସାହି ମଧ୍ୟରେ ପୂର୍ବରୁ ବିଭିନ୍ନ କାରଣକୁ ନେଇ ବିବାଦ ଉପୁଜିବା ସହ ବାରମ୍ବାର ଗଣ୍ଡଗୋଳ ସୃଷ୍ଟି ହୁଏ । ତେବେ ସୋମବାର ସଂଧ୍ୟାରେ ଉପର ସାହିର ୩ ଜଣ ଯୁବକ ତଳସାହିକୁ ଯାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଫଳରେ ତଳସାହି ଲୋକେ ଉକ୍ତ ଯୁବକମାନଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଏହାକୁ ନେଇ ଉଭୟ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ୨ ଜଣ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଥିବା ଜଣାପଡିଛି ।

ତେବେ ଖବର ପାଇ ଗାଁରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିବାବେଳେ ଉତ୍ତ୍ୟକ୍ତ ଲୋକମାନେ ପୋଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ । ଏଥିରେ ପୋଲିସ ଅଧିକାରୀମାନେ ବର୍ତ୍ତି ଯାଇଥିବା ବେଳେ ଗାଡି ଭାଙ୍ଗିରୁଜି ଯାଇଛି । ସେପଟେ ଏହି ଘଟଣା ନେଇ ଉଭୟ ପକ୍ଷ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details