ଓଡିଶା

odisha

By

Published : Dec 2, 2019, 9:49 PM IST

Updated : Dec 3, 2019, 9:22 AM IST

ETV Bharat / state

ପିଆଜ ପରେ ଏବେ କନ୍ଦାଉଛି ପରିବା ଦର

ଖାଉଟିଙ୍କୁ କନ୍ଦାଉଛି ପରିବା ଦର । ପ୍ରଥମେ ପିଆଜ ଓ ଏବେ ଘର ରୋଷେଇ ଶାଳରୁ ଗାଏବ ହେବାରେ ଲାଗିଛି ସବୁଜ ପନିପରିବା। ଅଧିକ ଖବର ପଢନ୍ତୁ...

ପିଆଜ ପରେ ଏବେ କନ୍ଦାଉଛି ପରିବା ଦର
ପିଆଜ ପରେ ଏବେ କନ୍ଦାଉଛି ପରିବା ଦର

ଯାଜପୁର: ଖାଉଟିଙ୍କୁ କନ୍ଦାଉଛି ପରିବା ଦର। ପ୍ରଥମେ ପିଆଜ ଓ ଏବେ ରୋଷେଇଶାଳରୁ ଗାଏବ ହେବାରେ ଲାଗିଛି ସବୁଜ ପନିପରିବା । କାରଣ ଗତ କିଛି ଦିନଧରି ଯାଜପୁର ଜିଲ୍ଲାର ବିଭିନ୍ନ ବଜାର ଓ ହାଟରେ ପରିବା ଦର ଆକାଶ ଛୁଆଁ ହୋଇଛି । ଫଳରେ ଖାଉଟି ଏବେ ପରିବା କିଣିବାକୁ ମୁଁହ ଫେରାଉଛନ୍ତି ।

କିଛିଦିନ ତଳେ ସେଞ୍ଚୁରୀ ମାରିଥିଲା ପିଆଜ। ଏବେ କିନ୍ତୁ ଲୋକଙ୍କ ଚିନ୍ତା ବଢାଇ ଦେଇଛି ସବୁଜ ପନିପରିବା । ବିଶେଷ କରି ଜିଲ୍ଲାର ପ୍ରମୁଖ ସହର ବ୍ୟାସନଗର, କଳିଙ୍ଗନଗର, ଯାଜପୁର ଟାଉନ ଆଉ ବାରବାଟୀ ବଜାର ଆଦି ସ୍ଥାନରେ ଦେଖିବାକୁ ମିଳୁଛି ପରିବାରେ ଚଢା ଦର ।

ତେବେ ଜାଣନ୍ତୁ ପରିବା ଦର:

  • ବିନସ୍ ୫0
  • ଫୁଲକୋବି ଗୋଟା ୩୦
  • ବାଇଗଣ କିଲୋ ୪0
  • କଲରା ୭0
  • ପୋଟଳ ୮୦
  • ଟମାଟୋ 30
  • ଭେଣ୍ଡି ୫୦

ଯାହା ଫଳରେ ପରିବା କିଣିବା ଆଗରୁ 10 ଥର ଭାବୁଛନ୍ତି ଖାଉଟି। ସାଧାରଣତଃ ଶୀତ ଦିନରେ ପରିବା ଅଧିକ ଚାଷ ହେଉଥିବାରୁ ପରିବା ଦର କମ ହେବା କଥା । ମାତ୍ର ବାତ୍ୟା, ଅଦିନିଆ ବର୍ଷା ଆଉ ଜିଲ୍ଲାରେ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ପରିବା ଦର ଏବେ ଆକାଶ ଛୁଆଁ । ଯେଉଁଠି 100ଟଙ୍କାରେ ବ୍ୟାଗଭର୍ତ୍ତି ପରିବା ମିଳୁଥିଲା ଏବେ ୫୦୦ ଟଙ୍କାରେ ତା ହେଉନାହିଁ । ତେବେ ପରିବା ଚାଷୀଙ୍କ ପ୍ରତି ଥିବା ସରକାରଙ୍କ ଅବହେଳା ଯୋଗୁଁ ପରିବା ଦର ହୁ ହୁ ହୋଇ ବଢୁଥିବା ଅଭିଯୋଗ ହୋଇଛି।

ପିଆଜ ପରେ ଏବେ କନ୍ଦାଉଛି ପରିବା ଦର

ଦିନକୁ ଦିନ ବଢୁଥିବା ପରିବା ଦର ପ୍ରତି ସରକାର ଦୃଷ୍ଟିଦେଇ ଯଦି ଯଥାଶୀଘ୍ର ପରିବା ଦର ନିୟନ୍ତ୍ରଣ ନ କରନ୍ତି, ଆଗାମୀ ଦିନରେ ଲୋକଙ୍କ ଥାଳିରୁ ପରିବା ଉଭାନ ହୋଇଯିବ ଏଥିରେ ସନ୍ଦେହ ନାହିଁ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 3, 2019, 9:22 AM IST

ABOUT THE AUTHOR

...view details