ଓଡିଶା

odisha

ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରେ ଟୀକାକରଣ ଅଭିଯାନ, କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଟିକା

By

Published : Jun 25, 2021, 7:05 PM IST

କାର୍ଗୋ ଟର୍ମିନାଲରେ ୪ ଦିନିଆ ମାଗଣା କୋଭିଡ ଟୀକାକରଣ । କମ୍ପାନୀ କର୍ମଚାରୀଙ୍କ ସମେତ ଇଚ୍ଛୁକ ସ୍ଥାନୀୟ ବାସିନ୍ଦାଙ୍କୁ ଦିଆଯାଉଛି ଟିକା । ଅଧିକ ପଢନ୍ତୁ...

ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରେ ଟୀକାକରଣ ଅଭିଯାନ
ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରେ ଟୀକାକରଣ ଅଭିଯାନ, କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଟିକା

ଜଗତସିଂହପୁର: ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଆରମ୍ଭ ହୋଇଛି ୪ ଦିନିଆ ମାଗଣା କୋଭିଡ ଟୀକାକରଣ । ଜଗତସିଂହପୁର ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପିପିଏଲ ଡାକ୍ତରଖାନାର ସହାୟତାରେ ଏହି ଟୀକାକରଣ ଚାଲିଛି । ପ୍ରତ୍ୟେକ ଦିନ ସକାଳ ୮ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଟୀକାକରଣ ଚାଲିବ । କଲିକତାରୁ ଏକ ୧୭ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଟର୍ମିନାଲ ପରିସରରେ ଏହି ଟୀକାକରଣ ଚାଲିଛି । ଏହି ୪ ଦିନରେ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ, ଶ୍ରମିକ ଓ ସେମାନଙ୍କ ପରିବାରକୁ ଟିକା ଦେବାପାଇଁ କମ୍ପାନୀ ଯୋଜନା କରିଛି ।

ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରେ ଟୀକାକରଣ ଅଭିଯାନ, କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଟିକା

ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨ ହଜାର ଟିକା କମ୍ପାନୀ ନିକଟରେ ମହଜୁଦ ରହିଛି । ଯଦି କମ୍ପାନୀ ବାହାରର କୈାଣସି ବ୍ୟକ୍ତି ଟିକା ନେବା ପାଇଁ ଚାହିଁବେ ତେବେ ସେମାନଙ୍କୁ ମଧ୍ୟ କମ୍ପାନୀ ଟିକା ଦେବାର ବ୍ୟବସ୍ଥା କରିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details