ଓଡିଶା

odisha

By

Published : Apr 13, 2021, 7:48 AM IST

ETV Bharat / state

ପାରାଦ୍ବୀପ କଲେଜରେ ପରୀକ୍ଷାକୁ ନେଇ ଛାତ୍ର ଅଶାନ୍ତି

ପାରାଦ୍ବୀପ କଲେଜରେ ପରୀକ୍ଷାକୁ ନେଇ +3 ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଅଧିକ ପଢନ୍ତୁ...

ପାରାଦ୍ବୀପ କଲେଜରେ ପରୀକ୍ଷାକୁ ନେଇ ଛାତ୍ର ଅଶାନ୍ତି
ପାରାଦ୍ବୀପ କଲେଜରେ ପରୀକ୍ଷାକୁ ନେଇ ଛାତ୍ର ଅଶାନ୍ତି

ପାରାଦୀପ: ଜିଲ୍ଲାର ପାରାଦ୍ବୀପ କଲେଜରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଆଗକୁ ଥିବା ସେମିଷ୍ଟାର ପରୀକ୍ଷାକୁ ଅଫଲାଇନ ପରିବର୍ତ୍ତେ ଅନଲାଇନ ମାଧ୍ୟମରେ କରିବାକୁ ଛାତ୍ରଛାତ୍ରୀ ଦାବି କରିବା ସହିତ କଲେଜ ଫାଟକ ବନ୍ଦ କରି ଧାରଣା ଦେଇଥିଲେ ।

ପାରାଦ୍ବୀପ କଲେଜରେ ପରୀକ୍ଷାକୁ ନେଇ ଛାତ୍ର ଅଶାନ୍ତି

ପାରାଦ୍ବୀପ କଲେଜର +3 ଛାତ୍ରଛାତ୍ରୀଙ୍କ 3ୟ ସେମିଷ୍ଟାର ପରୀକ୍ଷା ଅଫଲାଇନ ମାଧ୍ୟମରେ କରାଯିବ । ତେବେ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପରୀକ୍ଷାକୁ ଅଫଲାଇନ ପରିବର୍ତ୍ତେ ଅନଲାଇନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ପାରାଦ୍ୱୀପ କଲେଜର ପାଖାପାଖି 40 ରୁ 50 ଜଣ ଛାତ୍ରଛାତ୍ରୀ କଲେଜ ଫାଟକ ବନ୍ଦ କରିବା ସହିତ ନାରାବାଜି ଦେଇଥିବା ଦେଖିବାକୁ ମିଳିଛି ।

ଛାତ୍ରଛାତ୍ରୀଙ୍କ ଏହି କାର୍ଯ୍ୟକୁ ନାପସନ୍ଦ କରିବା ସହିତ ଏହା ରାଜ୍ୟସରକାରଙ୍କ ନିଷ୍ପତ୍ତି ହୋଇଥିବାରୁ ଏବଂ ଏହି ବିଷୟରେ ଆମେ ଶିକ୍ଷା ବିଭାଗକୁ ଅବଗତ କରିଛୁ ଯାହା ନିଷ୍ପତ୍ତି ରାଜ୍ୟ ଶିକ୍ଷା ବିଭାଗ ନେବ ଓ ସମସ୍ତ କୋଭିଡ କଟକଣା ମାନି ଏହି ପରୀକ୍ଷା ଆୟୋଜିତ ହେବ ବୋଲି ଅଧ୍ୟକ୍ଷ କହିଛନ୍ତି । ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details