ଓଡିଶା

odisha

By

Published : Jun 23, 2022, 1:40 PM IST

Updated : Jun 23, 2022, 3:24 PM IST

ETV Bharat / state

ପ୍ରେମିକର ନିର୍ବନ୍ଧ ବେଳେ ପହଞ୍ଚିଲେ ପ୍ରେମିକା, ଘର ଆଗରେ ଧାରଣା

ପ୍ରଥମେ ଲଭ, ପରେ ଶାରିରୀକ ସମ୍ପର୍କ ଓ ଏବେ ପ୍ରତାରଣା ପାଇ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ପ୍ରେମିକା । ଅଧିକ ପଢ଼ନ୍ତୁ

ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା
ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

ଜଗତସିଂହପୁର: ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ନୂଆ ବାଲିସାହି ଅଞ୍ଚଳରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ପ୍ରଥମେ ଲଭ୍‌, ପରେ ଶାରିରୀକ ସମ୍ପର୍କ ଓ ଏବେ ପ୍ରତାରଣାକୁ ନେଇ ଯୁବତୀ ଜଣକ ଅଭିଯୋଗ କରିବା ସହ ଆଜି ଦିନଯାକ ଧାରଣାରେ ବସିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି ।

ପ୍ରେମିକର ନିର୍ବନ୍ଧ ବେଳେ ପହଞ୍ଚିଲେ ପ୍ରେମିକା, ଘର ଆଗରେ ଧାରଣା

ଖବର ଅନୁସାରେ କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡୁକୀ ପୁର ଗ୍ରାମର ଜୈନିକ ଯୁବତୀ ନୂଆ ବାଲିସାହି ଗ୍ରାମର ଜୀବନ ମହାରଣାକୁ ଦୀର୍ଘ ତିନିବର୍ଷ ହେବ ଭଲ ପାଉଥିଲେ । ଏପରିକି ଜୈନିକ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିବା ଯୁବତୀ ଜଣକ କହିଛନ୍ତି । ତେବେ ପ୍ରେମିକର ପରିବାର ଲୋକେ ଅନ୍ୟତ୍ର ବିବାହ ସ୍ଥିର କରିବା ସହ ନିର୍ବନ୍ଧର ଆୟୋଜନ କରୁଥିବାବେଳେ, ଖବରପାଇ ଯୁବତୀ ଜଣଙ୍କ ସେଠାରେ ପହଞ୍ଚିଥିଲେ ।

ତେବେ ପ୍ରେମିକ ଘରର ପରିବାର ଲୋକେ ଯୁବତୀଙ୍କୁ ମାଡ଼ ମାରିବା ସହ ସେଠାରୁ ତଡି ଦେଇଥିଲେ । ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଯୁବତୀ ଜଣକ ବିବାହ ପାଇଁ ଜିଦ ଧରିବା ସହ ପ୍ରେମିକଙ୍କ ଘର ସାମ୍ନାରେ ବସି ରହିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jun 23, 2022, 3:24 PM IST

ABOUT THE AUTHOR

...view details