ଜଗତସିଂହପୁର:ଯୌତୁକ ସାମଗ୍ରୀ ଉଦ୍ଧାର କରିବାକୁ ଯାଇ ହଟହଟା ପୋଲିସ । ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହେଲେ ପୋଲିସ କର୍ମଚାରୀ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶାଗ ବାରିଆ ଗ୍ରାମରେ । ଗ୍ରାମବାସୀଙ୍କ ଆକ୍ରମଣରେ ଦୁଇ ସବ-ଇନ୍ସପେକ୍ଟର ସମେତ ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ ପରେ ଗ୍ରାମର ୧୦ ଜଣଙ୍କୁ ପୋଲିସ ଥାନାକୁ ଉଠାଇ ନେଇଛି ।
ମିଳିଥିବା ସୂଚନାନୁଯାୟୀ, ଶାଗ ବାରିଆ ଗ୍ରାମର ସୁଚିସ୍ମିତା ସେଠୀ ନାମକ ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୁ ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଗତକାଲି ତିର୍ତ୍ତୋଲ ଥାନା ଏସଆଇ ଚନ୍ଦ୍ରମଣି ସାହୁଙ୍କ ନେତୃତ୍ବରେ ଏକ ପୋଲିସ ଟିମ ସୁଚିସ୍ମିତା ଓ ତାଙ୍କ ପରିବାର ଲୋକଙ୍କ ସହ ଶାଗ ବାରିଆ ଗ୍ରାମକୁ ଯାଇଥିଲେ।