ପାରାଦ୍ବୀପ:ଓଡ଼ିଶା ଉପକୂଳରେ ଚୀନର ଗୁଇନ୍ଦା ଜାହାଜ । ହେ ୟାଙ୍ଗ ସିୟୁ ନାମକ ଏକ ଜାହାଜ ପାରାଦ୍ୱୀପ ଠାରୁ ମାତ୍ର 161 ନଟି ମାଇଲ ଦୂରରେ ଠାବ ହୋଇଛି । ଜାହାଜଟି ନଜରକୁ ଆସିବା ପରେ ତଟରଖି ବାହିନୀ ପକ୍ଷରୁ ଏହା ଉପରେ ତୀକ୍ଷ ନଜର ରଖାଯାଇଥିବା ସୂଚନା ମିଳିଛି । ଚୀନର ବିସ୍ତାର ବାଦୀ ଚିନ୍ତାଧାରା ପଡୋଶୀ ଦେଶ ମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପୂର୍ବରୁ ଚୀନ ସ୍ପାଏ ବେଲୁନ ସହାୟତାରେ ଆମେରିକାରେ ଗୁଇନ୍ଦା ଗିରି କରୁଥିଲା । ଏହା ଜଣା ପଡିବା ପରେ ଆମେରିକା ପକ୍ଷରୁ ଏହାକୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦିଆଯାଇଥିଲା ।
ଏବେ ଭାରତୀୟ ଜଳସୀମାରେ ଚୀନର ଏହି ଜାହାଜ ଠାବ ହେବା ପରେ ଉଦବେଗ ପ୍ରକାଶ ପାଇଛି । ପାରାଦ୍ୱୀପ ବନ୍ଦର ଠାରୁ 161 ନଟି ମାଇଲ ଦୂରରେ ଥିବା ଏହି ଜାହାଜଟିର ଓଜନ 2ହଜାର ଟନ ରହିଛି । ଯାହା ଉପରେ ତଟରଖି ବାହିନୀର ନଜର ରଖିଛି । ଏଥିସହ ପାରାଦ୍ୱୀପ ବନ୍ଦରର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରି ଦିଆଯାଇଛି । ଓଡ଼ିଶା ଉପକୂଳ ଅଞ୍ଚଳରେ ବାଲେଶ୍ଵରର ଅବଦୁଲ କଲମ କ୍ଷେପଣାସ୍ତ୍ର ଘାଟି ସାଙ୍ଗକୁ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର ରହିଛି । ସେହିପରି ପୁରୀ ମଧ୍ୟ ସୁରକ୍ଷା ବେଶ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ଖବର ମିଳିବା ପରେ ତଟରଖି ବାହିନୀ ଓ ନୌ ସେନା ପକ୍ଷରୁ କଡା ନଜର ରଖାଯାଇଛି ।
ଏହା ମଧ୍ୟ ପଢନ୍ତୁ-AIIMS Launches Millet In Diet: ଏମସ୍ ଖାଦ୍ୟରେ ସାମିଲ ହେଲା ମାଣ୍ଡିଆ