ଓଡିଶା

odisha

By

Published : May 21, 2020, 8:12 PM IST

ETV Bharat / state

ଜଗତସିଂହପୁରରେ ପୁଣି ୨ କୋରୋନା ଆକ୍ରାନ୍ତ, ସଂଖ୍ୟା ଛୁଇଁଲା ୩୦

ଜିଲ୍ଲାରେ ବଢୁଛି କୋରୋନା । ପୁଣି ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଛି । ଅଧିକ ପଢନ୍ତୁ...

2 more corona positive case found in jagatsinghpur
ପ୍ରତିକାତ୍ମକ ଫଟୋ

ଜଗତସିଂହପୁର: ଦିନକୁ ଦିନ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଆଜି ୧୦୦ ରୁ ଅଧିକ ପ୍ରବାସୀଙ୍କ ସ୍ବାବ ନମୂନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଠାରେ ଭୂତାଣୁ ଥିବା ଜଣାପଡିଛି । ସେମାନେ ବୁଧବାର ମହାରାଷ୍ଟ୍ରରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ କେନ୍ଦ୍ରରେ ଥିଲେ।

ଜଗତସିଂହପୁରରେ ପୁଣି ୨ କୋରୋନା ଆକ୍ରାନ୍ତ

ଗୁରୁବାର ତାଙ୍କର ସ୍ବାବ୍ ନମୁନା ପଜିଟିଭ ଆସିବାପରେ ତାଙ୍କୁ ଭୁବନେଶ୍ବର କୋଭିଡ୍ କିମ୍ସ ହସ୍ପିଟାଲକୁ ପଠାଇ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଏରସମା ବ୍ଲକର ହୋଇଥିବା ବେଳେ ଅନ୍ୟଜଣେ କୁଜଙ୍ଗର ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details