ଓଡିଶା

odisha

By

Published : Dec 19, 2020, 1:13 PM IST

ETV Bharat / state

ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ

ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

Worth of 2 crore Cannabis cultivation destroyed by local administration in Ganjam
ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ପେଡିପଦର ଘାଟି ଅଞ୍ଚଳରେ ଶନିବାର 2 କୋଟିର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରି ଏହି ଗଛକୁ କାଟି ଚାଷକୁ ନଷ୍ଟ କରିଛନ୍ତି ।

ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ପାଖାପାଖି 60 ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ସୋରଡ଼ା ବ୍ଲକ ଗୌଡ଼ଗୋଠ ପଞ୍ଚାୟତ ଅଞ୍ଚଳର ବହୁ ସ୍ଥାନରେ କରାଯାଉଥିବା ଗଞ୍ଜେଇ ଚାଷକୁ କାଟି ପୋଡି ନଷ୍ଟ କରିଛନ୍ତି ।

ତେବେ ଏହି ଚାଷରୁ ଉତ୍ପନ୍ନ ହେବାକୁ ଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ 2 କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଡ଼ିଏସପି ଅଭିମନ୍ୟୁ ବେହେରା କହିଛନ୍ତି । ଚଢ଼ାଉ ସମୟରେ ଅବକାରୀ ବିଭାଗ, ବନ ବିଭାଗ, ପୋଲିସ, ଗୁଇନ୍ଦା ସଂସ୍ଥା, ସ୍ଥାନୀୟ ତହସିଲଦାର, 300 କର୍ମଚାରୀମାନେ ମିଳିତ ଭାବେ ସାମିଲ ହୋଇଥିଲେ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details