ଓଡିଶା

odisha

By

Published : Dec 2, 2022, 10:12 PM IST

ETV Bharat / state

କୋର୍ଟ ପରିସରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ପୋଲିସ

ବ୍ରହ୍ମପୁର ଏସଡିଜେଏମ କୋର୍ଟ ପରିସରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ମହିଳା । ଉପସ୍ଥିତ ପୋଲିସ କର୍ମଚାରୀ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ବୈଦ୍ୟନାଥପୁର ଥାନାରେ ଅଟକ ରଖିଛନ୍ତି । ଅଧିକ ପଢ଼ନ୍ତୁ

କୋର୍ଟ ପରିସରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଉପସ୍ଥିତ ପୋଲିସ କର୍ମଚାରୀ
କୋର୍ଟ ପରିସରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଉପସ୍ଥିତ ପୋଲିସ କର୍ମଚାରୀ

ବ୍ରହ୍ମପୁର: ଏସଡିଜେଏମ କୋର୍ଟ ପରିସରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ମହିଳା । ଏହା ଦେଖି ଉପସ୍ଥିତ ପୋଲିସ କର୍ମଚାରୀ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ମହିଳା ଜଣଙ୍କ ୩୦ ବର୍ଷୀୟା ଝରଣା ସ୍ବାଇଁ ବୋଲି ଜଣାପଡ଼ିଛି ।

କୋର୍ଟ ପରିସରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଉପସ୍ଥିତ ପୋଲିସ କର୍ମଚାରୀ

ସୂଚନା ଅନୁସାରେ ଜଣେ ମହିଳା ହଠାତ କୋର୍ଟ ପରିସରକୁ ଆସି ଏକ ବୋତଲରେ ଆଣିଥିବା ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କୋର୍ଟରେ ରହିଥିବା ପୋଲିସ କର୍ମଚାରୀ ଏହା ଦେଖିବା ପରେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ମହିଳାଙ୍କୁ ବୈଦ୍ୟନାଥପୁର ଥାନାରେ ରଖାଯାଇଛି । ସେ ବର୍ତ୍ତମାନ ସହରର ଗୋଷାଣି ନୂଆଗାଁ ଅଞ୍ଚଳରେ ରହୁଥିବାବେଳେ ମହିଳା ଜଣଙ୍କ କୋର୍ଟରେ କୈାଣସି ତାରିଖ ନଥିବା ସତ୍ତ୍ୱେ ସେ ନିଜେ ଆସି ଏପରି କରିଥିବା ଜଣାପଡ଼ିଛି ।

ପୂର୍ବରୁ ମହିଳା ଜଣଙ୍କ ନିଜ ସ୍ବାମୀଙ୍କ ସାଙ୍ଗ ବାପୁନି ସାହୁଙ୍କ ନାମରେ ଗତ ୨୦୨୦ ମସିହା ଅକ୍ଟୋବର ୩୧ ତାରିଖରେ ଏକ ଏତଲା ଦେଇଥିଲେ । ଉକ୍ତ ଘଟଣାରେ ଅଭିଯୁକ୍ତ ଗିରଫ ହୋଇ ଜେଲରେ ରହିବା ପରେ ଜାମିନରେ ଫେରିଥିଲେ । ସେହିପରି ଗୋଷାଣି ନୂଆଗାଁ ଥାନାରେ ମଧ୍ୟ ଝରଣା ଅନ୍ୟ ଏକ ଏତଲା ଦେଇଥିଲେ । ସେହି ଘଟଣାରେ ପୁନର୍ବାର ଅଭିଯୁକ୍ତ ଗିରଫ ହୋଇଥିଲେ । ଗୋଟିଏ ପଟେ ମାମଲା ବିଚାରଧୀନ ରହିଥିବାବେଳେ ମହିଳା ଜଣଙ୍କ କେଉଁ ପରିସ୍ଥିତିରେ ଏପରି ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଗତ କିଛି ଦିନ ତଳେ ଜଣେ ଯୁବକ କୋର୍ଟ ପରିସରରେ ପଶି ଛୁରୀ ଦେଖାଇ ମାଜିଷ୍ଟ୍ରେଟଙ୍କୁ ଧମକାଇବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏବେ ପୁଣିଥରେ କୋର୍ଟ ପରିସରରେ ଏହି ଘଟଣା ଘଟିଛି । ଏହାପରେ କୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details