ଓଡିଶା

odisha

ଟ୍ରକରେ ମଧ୍ୟରାତ୍ରରେ ଲାଗୁଛି ନିଆଁ ! ସପ୍ତାହେ ମଧ୍ୟରେ ଦ୍ୱିତୀୟ ଘଟଣା

By

Published : Feb 27, 2023, 5:11 PM IST

Updated : Feb 27, 2023, 5:42 PM IST

କେନ୍ଦୁଝରର ଜୋଡା ଅଞ୍ଚଳରୁ ଆଇରନ୍ ନେଇ ଆସୁଥିବା ଟ୍ରକରେ ଲାଗିଲା ନିଆଁ । ସପ୍ତାହେ ମଧ୍ୟରେ ଦ୍ୱିତୀୟ ଘଟଣା । ଅଧିକ ପଢନ୍ତୁ

truck loaded with iron
truck loaded with iron

ଟ୍ରକରେ ମଧ୍ୟରାତ୍ରରେ ଲାଗୁଛି ନିଆଁ

ବ୍ରହ୍ମପୁର : ମଧ୍ୟରାତ୍ରିରେ ଟ୍ରକରେ ଲାଗିଲା ନିଆଁ ! ସପ୍ତାହେ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଲାଣି ଏଭଳି ଦୁଇ ଦୁଇଟି ଘଟଣା । ଜିଲ୍ଲାର ପ୍ରଥମେ ରମ୍ଭା ଥାନା ଅଞ୍ଚଳରେ ଏଭଳି ଏକ ଟ୍ରକ କୌଣସି ସ୍ଥାନରୁ ମାଲ ଅନଲୋଡ କରି ଫେରୁଥିବା ବେଳେ ଜାତୀୟ ରାଜପଥର ଉପରେ ହିଁ ହଠାତ୍ କୌଣସି କାରଣରକୁ ନିଆଁ ଲାଗି ଯାଇଥିଲା । ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଘଟଣା ପରେ ଜିଲ୍ଲାର ଗଞ୍ଜାମ ଥାନା ଅଞ୍ଚଳରେ ମଧ୍ୟ ଅନୂରୂପ ଭାବରେ ଅନ୍ୟ ଏକ ଟ୍ରକରେ ରବିବାର ବିଳମ୍ୱିତ ରାତ୍ର ଅର୍ଥାତ ସୋମବାର ଭୋରରୁ ଏଭଳି ପୁଣି ଏକ ଘଟଣା ସମସ୍ତଙ୍କୁ ଚକିତ କରୁଛି ।

କେନ୍ଦୁଝର ର ଜୋଡା ଅଞ୍ଚଳରୁ ଆଇରନ୍ ବୋଝେଇ ନେଇ ଆସୁଥିବା ଟ୍ରକର ଗାଡି ଚାଳକ ଓ ହେଲପର ଗାଡି କୁ ଗଞ୍ଜାମ ଥାନା ଅନ୍ତର୍ଗତ ଜାତୀୟ ରାଜପଥର ପୋତାଗଡ ନିକଟବର୍ତ୍ତୀ ରାସ୍ତାରେ ରଖି ଚା’ ପିଇବା ପାଇଁ ରାସ୍ତା କଡରେ ଗାଡି ରଖି ଓଲ୍ଲାଇଥିଲେ। ସେହି ସମୟରେ ହଠାତ୍ ନିଆଁ ଦେଖା ଦେବା ସହିତ ପରବର୍ତ୍ତୀ ସମୟରେ ନିଆଁ ପୂରା ଟ୍ରକରେ ଲାଗିଯାଇଥିଲା। ତେବେ କେନ୍ଦୁଝର ଅଞ୍ଚଳରୁ ଆସିଥିବା ଟ୍ରକରେ କିପରି ହଠାତ୍ ମଧ୍ୟ ରାତ୍ରରେ ନିଆଁ ଲାଗିଲା ତାହାକୁ ନେଇ ଗାଡିର ଚାଳକ କିମ୍ୱା ହେଲପର ଙ୍କ ପାଖରେ କୌଣସି ସ୍ପଷ୍ଟ ଉତ୍ତର ନ ଥିଲା।

ଅନ୍ୟପଟେ ଗାଡିରେ ପ୍ରଥମେ ନିଆଁ ଦେଖି ପାଣି ପକାଇ ଲିଭାଇବାକୁ ଚେଷ୍ଟା କରିଥିଲେ ହେଲେ ତାହା ଲିଭିନଥିବା ନେଇ ଗଣମାଧ୍ୟମ କୁ ସୂଚନା ଦେଇଥିଲେ ଟ୍ରକ ହେଲପର୍ ରାଣୀ ଗୋପ୍ । ସେପଟେ ନିଆଁ ଧିରେ ଧିରେ ପ୍ରଖର ହେବା ସହିତ ପ୍ରଚଣ୍ଡ ଶବ୍ଦ ହୋଇ ଫୁଟିବା ଏବଂ ଗାଡିରେ ରହିଥିବା ପେଟ୍ରୋଲିୟମ୍ ଜାତ ସାମଗ୍ରୀ ନିଆଁର ପ୍ରଭାବରେ ବେଶ ଜୋରରେ ଜଳି ଉଠିଥିବା ଦେଖିବାକୁ ମିଳିଥିଲା। ହେଲେ ଗାଡିରେ ଅଗ୍ନି ନିରୋଧକ ସାମଗ୍ରୀ କୌଣସି ନ ଥିବା କହିଥିଲେ ଗାଡିର କର୍ମଚାରୀ ମାନେ । ଯାହାକୁ ନେଇ ଉକ୍ତ ରାସ୍ତାରେ କିଛି ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଜାତୀୟ ରାଜପଥରେ ହାଇୱେ ପେଟ୍ରୋଲିଙ୍ଗ୍ ଦାୟିତ୍ୱରେ ରହିଥିବା ଭାରପ୍ରାପ୍ତ ଅଧିକାରୀ ପି.ଏସ୍.ରେଡି ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଏହା ପରେ ଅଗ୍ନିଶମ ଟିମ୍ ଘଟଣା ସ୍ଥଳେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତେବେ ପ୍ରତ୍ୟେକ ଦିନ ଜାତୀୟ ରାଜପଥ ଦେଇ ରାଜ୍ୟ ସମେତ ବାହାର ରାଜ୍ୟକୁ ହଜାର ହଜାର ଟ୍ରକ ଜରିଆରେ ବିଭିନ୍ନ ପ୍ରକାର ସାମଗ୍ରୀ ଠାରୁ ଆରମ୍ଭ କରି ଖଣିଜ ପଦାର୍ଥ ପରିବହନ ହୋଇଥାଏ । ହେଲେ କାହିଁ କେଉଁ ଦୂରରୁ ଟ୍ରକ ନେଇ ଜାତୀୟ ରାଜପଥ ଉପରେ ଯାତାୟତ କରୁଥିବା ଗାଡି ଗୁଡିକ ମଧ୍ୟରୁ କେତେକ ମଧ୍ୟରାତ୍ରରେ ହଠାତ୍ ନିଆଁ ଲାଗିବା ଯେତିକି ଚିନ୍ତାଜନକ ସେହି ସମୟରେ ସ୍ଥାନୀୟ ଲୋକଙ୍କ ପ୍ରଚଳନ ଥିବା ଯୋଗୁଁ ଅଗ୍ନିଶମବାହିନୀକୁ ଖବର ଦେଇ ନିଆଁକୁ ଆୟତ୍ତ କରିବା ଏବଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିବା ମଧ୍ୟ ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଥାଏ । ବାରମ୍ୱାର ଏପରି ଘଟଣା ପରେ କାହିଁକି ଏବଂ କେଉଁ କାରଣରୁ ଏଭଳି ଘଟଣା ଘଟୁଛି ତାହାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 27, 2023, 5:42 PM IST

ABOUT THE AUTHOR

...view details