ଓଡିଶା

odisha

By

Published : Dec 23, 2020, 1:02 PM IST

ETV Bharat / state

ଋଷିକୁଲ୍ୟା ନିଷିଦ୍ଧାଞ୍ଚଳରୁ ଜବତ ହେଲା ପାରାଦ୍ବୀପ ଅଞ୍ଚଳର ଟ୍ରଲର

ଏବେ ଋଷିକୂଲ୍ୟା ମୁହାଣକୁ ଛୁଟିଆସୁଛନ୍ତି ବିରଳ ପ୍ରଜାତିର ଅଲିଭ୍ ରିଡଲେ କଇଁଛ । ମିଳନ ପ୍ରକ୍ରିୟାରେ ହେଉଛନ୍ତି ସାମିଲ । ସେଥିପାଇଁ ନିଷିଦ୍ଧାଞ୍ଚଳରେ 24 ଘଣ୍ଟିଆ ପ୍ରହରାଦେଉଛି ବନବିଭାଗ । ଏତିକିବେଳେ ପାରଦ୍ବୀପର ଏକ ଟ୍ରଲରରେ ୧୨ ଜଣ ବ୍ୟକ୍ତି ବିଶେଷ ଋଷିକୁଲ୍ୟା ମୁହାଣକୁ ଆସିଥିବାବେଳେ ଏହାକୁ ଜବତ କରିଛି ବନବିଭାଗ । ଅଧିକ ପଢନ୍ତୁ..

ଋଷିକୁଲ୍ୟା ନିଷିଦ୍ଧାଞ୍ଚଳରୁ ଜବତ ହେଲା ପାରାଦ୍ବୀପ ଅଞ୍ଚଳର ଟ୍ରଲର
ଋଷିକୁଲ୍ୟା ନିଷିଦ୍ଧାଞ୍ଚଳରୁ ଜବତ ହେଲା ପାରାଦ୍ବୀପ ଅଞ୍ଚଳର ଟ୍ରଲର

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣର ନିଷିଦ୍ଧାଞ୍ଚଳରୁ ପାରାଦ୍ବୀପ ଅଞ୍ଚଳର ଏକ ଟ୍ରଲର ଜବତ କରିଛି ବନବିଭାଗ । ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଋଷିକୁଲ୍ୟା ମୁହାଣକୁ ବିରଳ ପ୍ରଜାତିର ଅଲିଭ୍ ରିଡଲେ ମିଳନ ପ୍ରକ୍ରିୟାରେ ସାମିଲ ହେବାକୁ ଆସିଛନ୍ତି । ଫଳରେ ବନବିଭାଗ ପକ୍ଷରୁ ନିଷିଦ୍ଧାଞ୍ଚଳରେ ମାଛ ମାରିବା ଠାରୁ ଆରମ୍ଭ କରି ବେଆଇନ ଭାବରେ ଟ୍ରଲର ଚଳାଚଳ ଉପରେ ୨୪ ଘଣ୍ଟିଆ ପ୍ରହରା ଦେଉଛି ବନବିଭାଗ ।

ଏଭଳି ସମୟରେ ଏହି ପାରଦ୍ବୀପର ଟ୍ରଲରରେ ୧୨ ଜଣ ବ୍ୟକ୍ତି ବିଶେଷ ଋଷିକୁଲ୍ୟା ମୁହାଣକୁ ଆସିଥିବାବେଳେ ଖବର ପାଇ ବ୍ରହ୍ମପୁର ଡି.ଏଫ୍.ଓଙ୍କ ନିର୍ଦ୍ଦେଶରେ ଏହାକୁ ଜବତ କରାଯାଇଛି । ଗତ କିଛିଦିନ ତଳେ ଅନୁରୂପ ଭାବରେ ଏକ ଟ୍ରଲରକୁ ଜବତ କରିଥିଲା ବନବିଭାଗ । ଏହି ଘଟଣାକୁ ମିଶାଇ ଦୁଇଟି ବେଆଇନ ଟ୍ରଲର ଋଷିକୁଲ୍ୟା ମୁହାଣରୁ ଜବତ ହୋଇଥିବା ଦେଖାଯାଇଛି ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details