ଭଞ୍ଜନଗର : ଲକ ଡାଉନରେ ପୋଲିସ ପିଟିପିଟି ମାରିଥିବା ମୃତ ସତ୍ୟବାନ ପରିବାରକୁ ଭେଟିଲେ ପ୍ରବାସୀ ଓଡ଼ିଆ ସଂଘର ପ୍ରତିନିଧି ଦଳ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାରୁଡ଼ା ଗାଁର ସତ୍ୟବାନ ସ୍ବାଇଁଙ୍କ ପରିବାରକୁ ପ୍ରବାସୀ ଓଡ଼ିଆ ସଂଘର ସଭାପତିଙ୍କ ସହ 18 ଜଣିଆ ପ୍ରତିନିଧି ଦଳ ଭେଟିଛନ୍ତି ।
ଲକଡାଉନ ସମୟରେ ସୁରଟ ସହରରେ ସତ୍ୟବାନଙ୍କୁ ପୋଲିସ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା । ହେଲେ ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ମିଳି ନ ଥିବାବେଳେ ପ୍ରବାସୀ ଓଡ଼ିଆ ସଂଘ ପକ୍ଷରୁ 6 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଖୁବଶୀଘ୍ର, ମୃତକଙ୍କ ସ୍ତ୍ରୀଙ୍କୁ ଯୋଗ୍ୟତା ଅନୁସାରେ ଚାକିରୀ ଦେବାକୁ ପ୍ରବାସୀ ଓଡ଼ିଆ ସଂଘର ସଭାପତି ଦାବି କରିଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ , ଇଟିଭି ଭାରତ