ଓଡିଶା

odisha

By

Published : Apr 1, 2023, 8:46 PM IST

ETV Bharat / state

ବ୍ରହ୍ମପୁରରେ ନକଲି ବିଦେଶୀ ମଦ ଭାଟିରେ ଚଢାଉ, ଜଣେ ଗରିଫ, ବ୍ୟାପକ ସାମଗ୍ରୀ ଜବତ

ଜିଲ୍ଲାର କେ ନୁଆଗାଁ ଥାନା ଅନ୍ତର୍ଗତ ଖମ୍ବାରିଗାଁ ଅଞ୍ଚଳରେ ମିଳିଥିବା ଏକ ନକଲି ବିଦେଶୀ ମଦ ଭାଟି ଉପରେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ପୋଲିସ ନକଲି ମଦ ଭାଟି ଉପରେ ଚଢାଉ କରିଛି । ଚଢାଉ ବେଳେ ମଦ ପ୍ରସ୍ତୁତ କରାଯାଉଥିବା ସାମଗ୍ରୀ , ବୋତଲ , ଠିପି ଏବଂ ନକଲି ଲେବୁଲୁକୁ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ନକଲି ବିଦେଶୀ ମଦ ଭାଟିରେ ଚଢାଉ, ଜଣେ ଗରିଫ, ବ୍ୟାପକ ସାମଗ୍ରୀ ଜବତ
ବ୍ରହ୍ମପୁରରେ ନକଲି ବିଦେଶୀ ମଦ ଭାଟିରେ ଚଢାଉ, ଜଣେ ଗରିଫ, ବ୍ୟାପକ ସାମଗ୍ରୀ ଜବତ

ବ୍ରହ୍ମପୁରରେ ନକଲି ବିଦେଶୀ ମଦ ଭାଟିରେ ଚଢାଉ, ଜଣେ ଗରିଫ, ବ୍ୟାପକ ସାମଗ୍ରୀ ଜବତ

ବ୍ରହ୍ମପୁର:ଯେତେ ଧରିଲେ ମଧ୍ୟ ପୁଣି ବାହାରୁଛି ନକଲି ବିଦେଶୀ ମଦ । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଏଭଳି ନକଲି ବିଦେଶୀ ମଦ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ବିପୁଳ ପରିମାଣରେ ପ୍ରସ୍ତୁତ ହୋଇଥିବା ମଦକୁ ଜବତ କରିବାରେ ସକ୍ଷମ ହେଉଛି ଅବକାରୀ ବିଭାଗ ।

ଏହା ବି ପଢ଼ନ୍ତୁଋଷିକୁଲ୍ୟା ମୁହାଣରେ ଦେଖାଗଲା ବିରଳ ସବୁଜ ସାମୁଦ୍ରିକ କଇଁଛ

ଜିଲ୍ଲାର କେ ନୂଆଗାଁ ଥାନା ଅନ୍ତର୍ଗତ ଖମ୍ବାରିଗାଁ ଅଞ୍ଚଳରେ ମିଳିଥିବା ଏକ ନକଲି ବିଦେଶୀ ମଦ ଭାଟି ଉପରେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ପୋଲିସ ନକଲି ମଦ ଭାଟି ଉପରେ ଚଢାଉ କରିଛି । ଚଢାଉ ବେଳେ ମଦ ପ୍ରସ୍ତୁତ କରାଯାଉଥିବା ସାମଗ୍ରୀ , ବୋତଲ , ଠିପି ଏବଂ ନକଲି ଲେବୁଲ ଜବତ କରିଛି ପୋଲିସ । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀ ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ ୪୩୨ ବୋତଲ ମଦ, ୩୫ ଲିଟର ସ୍ପିରିଟ, ୫୦୪ ଗୋଟି ଖାଲି ବୋତଲ, ୧୬ଶହରୁ ଊର୍ଦ୍ଧ୍ବ ଠିପି , ୧୨୫୦ ଗୋଟି କମ୍ପାନୀର ଲେବୁଲ ସହିତ ଗୋଟିଏ ଅଟୋରିକ୍ସାକୁ ଜବତ କରିଛି ।

ସୂଚନା ମୁତାବକ କେ ନୂଆଗାଁ ଥାନା ଅନ୍ତର୍ଗତ ଖମ୍ବାରିଗାଁ ଅଞ୍ଚଳରେ ରାସ୍ତା ଦେଇ ଜଣେ ବ୍ୟକ୍ତି ନକଲି ମଦ ଚାଲାଣ କରୁଥିବା ପୂର୍ବରୁ ଅବକାରୀ ଗୁଇନ୍ଦା ବିଭାଗ ପାଖରେ ସୂଚନା ରହିଥିଲା । ସେହି ସୂଚନାକୁ ଆଧାର କରି ଛଦ୍ମ ବେଶରେ ଅପେକ୍ଷା କରି ରହିଥିବା ଅବକାରୀ କର୍ମଚାରୀ ମାନେ ଏକ ଅଟୋରିକ୍ସା(ଓଆର ୦୭ ଭି ୨୮୬୧)ରେ ନକଲି ମଦ ଧରି ଯାଉଥିବା ସମୟରେ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।

ଗିରଫ ବ୍ୟକ୍ତିଙ୍କୁ ଜେରା କରି ଏକ ଘରେ ଚଢାଉ କରି ବିପୁଳ ପରିମାଣର ସ୍ପିରିଟ, ମଦ ବୋତଲ, ଠିପି ଷ୍ଟିକର, ନକଲି ସରକାରୀ ଲେବୁଲ ଜବତ କରିଥିଲା ପୋଲିସ । ଏନେଇ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ଜଣଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାରେ ଅନ୍ୟ କେହି ସଂପୃକ୍ତ ରହିଛନ୍ତି କି ନାହିଁ ତାହାର ତଦନ୍ତ କରୁଛି ପୋଲିସ ।

ଗତ କିଛି ମାସ ମଧ୍ୟରେ ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଉପରେ ଚଢାଉ କରାଯାଇ ଚାରି ଜଣଙ୍କୁ ଗିରଫ କରିବା ସହିତ ବହୁ ପରିମାଣର ନକଲି ବିଦେଶୀ ମଦ ସାମଗ୍ରୀ ଜବତ କରାଯାଇଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details