ଓଡିଶା

odisha

By

Published : Feb 5, 2021, 10:53 PM IST

ETV Bharat / state

ପ୍ରଭାକର ଗୌଡ ହତ୍ୟା ଘଟଣା, ନ୍ୟାୟ ପାଇଁ ବିଜେପିର ଥାନା ଘେରାଉ

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ହିରାପଲି ଗାଁରେ ପ୍ରଭାକର ଗୌଡକୁ ଗତ 28 ତାରିଖରେ ଅଙ୍ଗନବାଡି କେନ୍ଦ୍ର ପାଚେରୀ ନିର୍ମାଣକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ବିଜେପି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ଥାନା ଘେରାଉ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ପ୍ରଭାକର ଗୌଡ ହତ୍ୟା ଘଟଣା, ନ୍ୟାୟ ପାଇଁ ବିଜେପିର ଥାନା ଘେରାଉ
ପ୍ରଭାକର ଗୌଡ ହତ୍ୟା ଘଟଣା, ନ୍ୟାୟ ପାଇଁ ବିଜେପିର ଥାନା ଘେରାଉ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ହିରାପଲି ଗାଁରେ ପ୍ରଭାକର ଗୌଡକୁ ଗତ ମାସ 28 ତାରିଖରେ ଅଙ୍ଗନବାଡି କେନ୍ଦ୍ର ପାଚେରୀ ନିର୍ମାଣକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

ପ୍ରଭାକର ଗୌଡ ହତ୍ୟା ଘଟଣା, ନ୍ୟାୟ ପାଇଁ ବିଜେପିର ଥାନା ଘେରାଉ

ଉକ୍ତ ଘଟଣା ପରେ ପୋଲିସ ମଧ୍ୟ ସାତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହି ହତ୍ୟା ଘଟଣାରେ ପରିବାର ମର୍ମାହତ ହୋଇଥିବାବେଳେ, ବିଜେପି ଆଜି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ସହ ପୋଲସରା ଥାନା ଅଧିକାରୀଙ୍କୁ ବଦଳି ଦାବିରେ ଥାନା ଘେରାଉ କରିଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details