ବ୍ରହ୍ମପୁର:ରାଜ୍ୟର ପ୍ରଥମ ରକ ଗାର୍ଡେନ ଗଞ୍ଜାମ ଜିଲ୍ଲାର ରେଶମ ସହର ବ୍ରହ୍ମପୁରରେ ଖୋଲା ଯାଇଛିି । ରବିବାର ଦିନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ପାର୍କ ଖୋଲାଯାଇଛି । ଆକର୍ଷଣୀୟ ୱାର୍ଡର ଫାଉଣ୍ଟେନ୍ ଠାରୁ ଆରମ୍ଭ କରି ପାଦ ଚଲା ରାସ୍ତା, ସାଇକେଲ ଟ୍ରାକ୍, ପ୍ଲାନେଟୋରିୟମ, ମ୍ୟାଜିକ ମିରର ସହିତ ଫୁଡ କୋର୍ଟ ଭଳି ଅନେକ ଆକର୍ଷଣୀୟ ବ୍ୟବସ୍ଥା ରହିଥିବା ବେଳେ ଲୋକମାନେ ଏହାକୁ ଉପଭୋଗ କରିପାରିବେ । ପାଖାପାଖି ୧୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦରେ ନିର୍ମିତ ହୋଇଥିବା ବେଳେ ଏହାକୁ ଖୋଲିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।
ଏହାମଧ୍ୟ ପଢନ୍ତୁ..ପୂରଣ ହେବ ଦୀର୍ଘ ଦିନର ଦାବି, ଏମକେସିଜିରେ ଖୋଲିବ ବର୍ଣ୍ଣ କେୟାର ୟୁନିଟ୍
ସର୍ବସାଧାରଣଙ୍କ ମନୋରଞ୍ଜନ ଓ ଅବସର ବିନୋଦନ ପାଇଁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଆମ୍ୱପୁଆ ଠାରେ ରାଜ୍ୟର ପ୍ରଥମ ରକ୍ ଗାର୍ଡନ ଖୋଲାଯାଇଛି । ଆଜି(ରବିବାର)ଠାରୁ ଏହି ଗାର୍ଡନରେ ଶିଶୁଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପଭୋଗ କରିପାରିବେ । ଗାର୍ଡେନର ପ୍ରବେଶ ପଥ ଠାରୁ ଆରମ୍ଭ କରି ପ୍ରସ୍ଥାନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରହିଛି ଆକର୍ଷଣୀୟ ଆଲୋକସଜ୍ଜା ସାଙ୍ଗକୁ ଭଳିକିଭଳି ୱାର୍ଡର ଫାଉଣ୍ଟେନ୍ । ଏଥିସହ ଗାର୍ଡେନ ମଧ୍ୟରେ ପାଦ ଚଲା ରାସ୍ତା, ବିଭିନ୍ନ ସେଲଫି ପଏଣ୍ଟ, ଭ୍ୟୁ ପଏଣ୍ଟ ଟାୱାର, ସାଇକେଲ ଟ୍ରକ୍, ପ୍ଲାନେଟୋରିୟମ, ମ୍ୟାଜିକ ମିରର ଓ ଫୁଡ୍ କୋର୍ଟ ରହିଛି । ଅନ୍ୟପଟେ ଯାନବାହାନ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାର୍କି ସ୍ଥାନ ମଧ୍ୟ ରହିଛି ।