ଓଡିଶା

odisha

By

Published : Dec 9, 2021, 10:08 PM IST

ETV Bharat / state

ବିଦେଶରୁ ଆସିଥିଲେ ସମ୍ପର୍କୀୟଙ୍କ ଘରକୁ, ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା

ଗଞ୍ଜାମର ଲଣ୍ଡେଇସାହିର ଛେଦାଭୂମି ରୋଡ଼କୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା । ସମ୍ପୃକ୍ତ ଅଞ୍ଚଳକୁ ଯାତାୟାତ ସମ୍ପୂର୍ଣ ବନ୍ଦ । ଅଧିକ ପଢନ୍ତୁ

ଲଣ୍ଡେଇସାହିର ଛେଦାଭୂମି ରାସ୍ତାକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା
ଲଣ୍ଡେଇସାହିର ଛେଦାଭୂମି ରାସ୍ତାକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଞ୍ଜନଗର :ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲଣ୍ଡେଇସାହିର କିଛି ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଲଣ୍ଡେଇସାହିର ଛେଦାଭୂମି ରୋଡ଼କୁ ବାଉଁଶ ବାଡ ସାହାଯ୍ୟରେ ଅବରୋଧ କରାଯାଇଛି । ଫଳରେ ସମ୍ପୃକ୍ତ ଅଞ୍ଚଳକୁ ଯାତାୟାତ ସମ୍ପୂର୍ଣ ବନ୍ଦ ରହିଛି । ସୂଚନା ମୁତାବକ ରାଉରକେଲାର ଜଣେ ବ୍ୟକ୍ତି ଗତ 30 ତାରିଖରେ ବିମାନ ଯୋଗେ ଦୁବାଇରୁ ଭୁବନେଶ୍ୱର ଆସିଥିଲେ ।

ଲଣ୍ଡେଇସାହିର ଛେଦାଭୂମି ରାସ୍ତାକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା

ବିମାନବନ୍ଦରରେ ତାଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ରିପୋର୍ଟ ଆସିବା ପୂର୍ବରୁ ସେ ନିଜ ଘରେ ସଙ୍ଗରୋଧରେ ନ ରହି ଭଞ୍ଜନଗର ନିଜ ସମ୍ପର୍କୀୟ ଘରକୁ ଆସିଥିଲେ। ଏହି ସମୟରେ ସେ ପଜିଟିଭ ଥିବା ସ୍ୱାସ୍ଥ୍ୟ ବିଭାଗ ଖବର ପାଇବା ପରେ ସେଠାରୁ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ତାଙ୍କ ସହ ମିଶିଥିବା ସମ୍ପର୍କୀୟଙ୍କ ସ୍ୱାବ ସଂଗ୍ରହ କରାଯିବା ସହ ସେହି ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details