ବ୍ରହ୍ମପୁର: ଦୁଇ ସାଙ୍ଗ ମିଶି ଜଣେ ଜଣେ ଯୁବତୀଙ୍କୁ କରୁଥିଲେ ପ୍ରେମ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଦେଖାଦେଇଥିଲା ମତାନ୍ତର । ଫଳରେ ପିଲା ଦିନର ବାଲ୍ୟ ବନ୍ଧୁଙ୍କୁ ଏସିଡ୍ ମାଡ କଲା ଅନ୍ୟ ଜଣେ ବନ୍ଧୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ପ୍ରେମିକାଙ୍କ ପାଇଁ ଦୁଇ ସାଙ୍ଗର ଏଭଳି କାରାନାମା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ମେଡିକାଲ କ୍ୟାମ୍ପସ ହାଇସ୍କୁଲ ନିକଟରେ ଏଭଳି ଘଟଣା ସୋମବାର ରାତିରେ ଘଟିଥିଲା । ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଲେ ଘଟଣା ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ଆହତ ସାଙ୍ଗ । ସୂଚନା ଅନୁଯାୟୀ ସାଙ୍ଗ ଜଣଙ୍କ ପ୍ରତିଶୋଧ ପରାୟଣ ହୋଇ ଏପରି ଏସିଡ ମାଡ କରିଥିବା ସେ କହିଛନ୍ତି । ସହର ଉପଖଣ୍ଡରେ ଜଣେ ମହିଳାଙ୍କୁ ପ୍ରେମ କରିବା ଘଟଣାକୁ ନେଇ ତାଙ୍କ ଦୁଇ ସାଙ୍ଗଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିବା । ଫଳରେ ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା ।