ଓଡିଶା

odisha

ଚନ୍ଦ୍ରଗ୍ରହଣ: ମୁକ୍ତିମଣ୍ଡପ ଅନୁମୋଦିତ ରାଧାରମଣ ପଞ୍ଜିକାରେ ଭୁଲ୍‌ ତଥ୍ୟ ଥିବା ଅଭିଯୋଗ

By

Published : Oct 30, 2022, 6:47 AM IST

Updated : Oct 30, 2022, 3:10 PM IST

ଆସନ୍ତା ନଭେମ୍ବର ୮ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବ ଚନ୍ଦ୍ରଗ୍ରହଣ । ତେବେ ଚନ୍ଦ୍ରଗ୍ରହଣକୁ ନେଇ ଭୁଲ ତଥ୍ୟ ମୁକ୍ତିମଣ୍ଡପ ଅନୁମୋଦିତ ରାଧାରମଣ ପଞ୍ଜିକାରେ ରହିଥିବା ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଚନ୍ଦ୍ରଗ୍ରହଣ: ମୁକ୍ତିମଣ୍ଡପ ଅନୁମୋଦିତ ରାଧାରମଣ ପଞ୍ଜିକାରେ ଭୁଲ ତଥ୍ୟ ଥିବା ଅଭିଯୋଗ
ଚନ୍ଦ୍ରଗ୍ରହଣ: ମୁକ୍ତିମଣ୍ଡପ ଅନୁମୋଦିତ ରାଧାରମଣ ପଞ୍ଜିକାରେ ଭୁଲ ତଥ୍ୟ ଥିବା ଅଭିଯୋଗ

ପାରଳାଖେମୁଣ୍ଡି: ଆସନ୍ତା ନଭେମ୍ବରରେ ପଡ଼ୁଥିବା ଚନ୍ଦ୍ରଗ୍ରହଣକୁ(Lunar Eclipse) ନେଇ ମୁକ୍ତି ମଣ୍ଡପ ଅନୁମୋଦିତ ରାଧାରମଣ ପଞ୍ଜିକାରେ ଭୁଲ ତଥ୍ୟ ଥିବା ଅଭିଯୋଗ ହୋଇଛି । ଏହାର ସଂଶୋଧନ ଲାଗି ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାକୁ ଏକ ପତ୍ର ଲେଖିବା ସହ ଏହଗାର ପ୍ରତିବାଦ କରିଛନ୍ତି । ଏହି ଚନ୍ଦ୍ରଗ୍ରହଣ ଓଡ଼ିଶାରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବାକୁ ଥିବାବେଳେ, ଏ ନେଇ ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ନ ଦେବାକୁ ପଣ୍ଡିତ ସୁଦର୍ଶନ କହିଛନ୍ତି ।

ଚନ୍ଦ୍ରଗ୍ରହଣ: ମୁକ୍ତିମଣ୍ଡପ ଅନୁମୋଦିତ ରାଧାରମଣ ପଞ୍ଜିକାରେ ଭୁଲ୍‌ ତଥ୍ୟ ଥିବା ଅଭିଯୋଗ

ନଭେମ୍ବର ୮ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନ ପଡୁଛି ଚନ୍ଦ୍ର ଗ୍ରହଣ । ଏହା ହେଉଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏହା ଓଡିଶାକୁ ସଂପୂର୍ଣ୍ଣ ରୂପେସ ଦୃଶ୍ୟମାନ । ତେଣୁ ଏହାକୁ ପାଳନ କରିବା ବିଧେୟ । ଏଭଳି ସ୍ଥିତିରେ ଲୋକେଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେବା ଠିକ ନୁହେଁ ବୋଲି ସେ କହିଛନ୍ତି ।" ରାଧାରମଣ ପଞ୍ଜିକାରେ ନଭେମ୍ବର ୮ ତାରିଖ ସକାଳ ୮ଘଣ୍ଟା ୨୯ମିନିଟ ପର ଠାରୁ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଦର୍ଶାଯାଇଛି । କିନ୍ତୁ ଅନ୍ୟାନ୍ୟ ପଞ୍ଜିକାରେ ପୂର୍ବଦିନ ରାତ୍ର ତୃତୀୟ ପ୍ରହର ଏବଂ ଚତୁର୍ଥ ପ୍ରହର ମଧ୍ୟରେ ଏହା କରଣୀୟ । ଏହାପରେ ଏସବୁକୁ ନିଷେଧ କରାଯାଇଛି ।

ମୁକ୍ତିମଣ୍ଡପ ଅନୁମୋଦିତ ରାଧାରମଣ ପଞ୍ଜିକାରେ ଭୁଲ ତଥ୍ୟ ଥିବା ଅଭିଯୋଗ

ତେଣୁ ଏଭଳି ଭିନ୍ନତା ଯୋଗୁଁ ସାଧାରଣ ଲୋକେ ଦ୍ବନ୍ଦ୍ବରେ ପଡିବେ ଏବଂ କଣ କରିବା ଉଚିତ୍ କଣ ନୁହେଁ ତାହାକୁ ନେଇ ହଇରାଣ ହେବେ । ଏଭଳି ଭୁଲ ତଥ୍ୟ ଦେଇଥିବା ପଞ୍ଜିକାକୁ ମୁକ୍ତି ମଣ୍ଡପ ପଣ୍ଡିତସଭା ସ୍ବୀକୃତି ଦେଇଥିବା ମଧ୍ୟ ଦୁର୍ଭାଗ୍ୟଜନକ ।" ଚନ୍ଦ୍ରଗ୍ରହଣ ସମୟରେ କିଭଳି ନିୟମ ପାଳନ କରାଯାଏ ଏବଂ କିଭଳି ଏଥିରେ ଭୁଲ ହୋଇଛି ତାହାର ମଧ୍ୟ ସମସ୍ତ ପ୍ରମାଣ ସେ ପଣ୍ଡିତ ସଭାକୁ ପଠାଇଥିବା କହିଛନ୍ତି ।

ମୁକ୍ତିମଣ୍ଡପ ଅନୁମୋଦିତ ରାଧାରମଣ ପଞ୍ଜିକାରେ ଭୁଲ ତଥ୍ୟ ଥିବା ଅଭିଯୋଗ

ତେଣୁ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଏଥିରେ ସୁଧାର ଆଣିବାକୁ ସେ ମୁକ୍ତି ମଣ୍ଡପ ପଣ୍ଡିତସଭାକୁ ଅନୁରୋଧ କରିଥିବା କହିଛନ୍ତି । ଏପରି ନହେଲେ ସାଧାରଣ ଲୋକେ ଦ୍ବନ୍ଦ୍ବରେ ପଡିବେ ଏବଂ ବିଭ୍ରାଟ ସୃଷ୍ଟି ହେବ ବୋଲି ସେ କହିଛନ୍ତି । ସୂଚନା ଥାଉ କି ଚଳିତ ବର୍ଷ କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ପ୍ରଥମେ ଅମାବାସ୍ୟାରେ ସୂର୍ଯ୍ୟପରାଗ ହୋଇସାରିଥିବାବେଳେ, ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ ।

ମୁକ୍ତିମଣ୍ଡପ ଅନୁମୋଦିତ ରାଧାରମଣ ପଞ୍ଜିକାରେ ଭୁଲ ତଥ୍ୟ ଥିବା ଅଭିଯୋଗ

ଇଟିଭି ଭାରତ, ଗଜପତି

Last Updated : Oct 30, 2022, 3:10 PM IST

ABOUT THE AUTHOR

...view details