ଓଡିଶା

odisha

କଣ୍ଡଲୁ ହତ୍ୟାକାଣ୍ଡର ଫର୍ଦ୍ଦାଫାସ, ଶିକାର ପାଇଁ ଡାକି ନେଇ ମାରିଦେଲେ

By

Published : Sep 28, 2020, 9:11 AM IST

ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଆବରସିଂ ପଞ୍ଚାୟତର କଣ୍ଡଲୁ ଗ୍ରାମର ହୋଇଥିବା ଏକ ହତ୍ୟାକାଣ୍ଡର ଫର୍ଦ୍ଦାଫାସ ହୋଇଛି । ଶିକାର ବାହାନାରେ ଡାକିରେ 5 ଜଣ ବ୍ୟକ୍ତି ଜଣଙ୍କୁ ହତ୍ୟା କରିବା ସହ ପୋତି ଦେଇଥିଲେ।

କୋଣ୍ଡାରୁ ହତ୍ୟାକାଣ୍ଡର ଫର୍ଦ୍ଧାଫାଶ, ଶିକାର ପାଇଁ ଡାକିନେଇ ମାରିଦେଲେ
କୋଣ୍ଡାରୁ ହତ୍ୟାକାଣ୍ଡର ଫର୍ଦ୍ଧାଫାଶ, ଶିକାର ପାଇଁ ଡାକିନେଇ ମାରିଦେଲେ

ଗଜପତି:ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଆବରସିଂ ପଞ୍ଚାୟତର କଣ୍ଡଲୁ ଗ୍ରାମର ହୋଇଥିବା ଏକ ହତ୍ୟାକାଣ୍ଡର ଫର୍ଦ୍ଦାଫାସ ହୋଇଛି । ଗତ ଅଗଷ୍ଟ ମାସ 9 ତାରିଖ ଦିନ କଣ୍ଡାରୁ ଗ୍ରାମର 5 ଜଣ ବ୍ୟକ୍ତି ଡ଼ାଳିମ୍ବ ଗମାଙ୍ଗ (ବୟସ 17 )କୁ ଶିକାର ପାଇଁ ଯିବା ବାହାନାରେ ଏକ ନିର୍ଜନ ସ୍ଥାନକୁ ନେଇ ହତ୍ୟା କରି ମାଟି ତଳେ ପୋତିଦେଇଥିଲେ ।

ଏହା ପରେ ଗାଁକୁ ଫେରି ଗୋଟିଏ ସଭା କରି ଗ୍ରାମବାସୀଙ୍କୁ ଏହି ବିଷୟରେ ଅବଗତ କରାଇବା ସଙ୍ଗେ ଅନ୍ୟକୁ ଏହି ବିଷୟରେ ପ୍ରକଟ କରିଲେ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ । ତେବେ ଏହାର ପ୍ରତ୍ୟକ୍ଷଦର୍ଶୀ ମାନେ ଗ୍ରାମ ସରପଞ୍ଚ ଓ ଜଣେ ଅଙ୍ଗନବାଡି କର୍ମୀଙ୍କୁ ଜଣାଇବା ସତ୍ତ୍ବେ କିଛି ସୁଫଳ ମିଳିନଥିଲା ।

କୋଣ୍ଡାରୁ ହତ୍ୟାକାଣ୍ଡର ଫର୍ଦ୍ଧାଫାଶ, ଶିକାର ପାଇଁ ଡାକିନେଇ ମାରିଦେଲେ

ଭୟରେ ସ୍ଥାନୀୟ ପୋଲିସକୁ ମଧ୍ୟ ଜଣାଇନଥିଲେ ଓ ଘରୁ ବାହାରକୁ ଆସୁନଥିଲେ । ତେବେ ପରବର୍ତ୍ତୀ ସମୟରେ କିଛି ସାମାଜିକ ବ୍ୟକ୍ତିଙ୍କ ସହଯୋଗରେ ଆଜି ସେମାନେ ଆର ଉଦୟଗିରି ଥାନାକୁ ଯାଇ ଏହି ବିଷୟରେ ଏତଲା ଦଇଥିଲେ ।

ଆର ଉଦୟଗିରି ଥାନା ଏସ ଡ଼ି ପି ଓ ଦିଲୀପ କୁମାର ନାୟକ ଥାନା ଅଧିକାରୀ ମମତା ନାୟକ ଓ ଆର ଉଦୟଗିରି ବ୍ଲକ ତହସିଲଦାରଙ୍କ ସମେତ ସାଇନଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳକୁ ଯାଇ ମାଟି ତଳରୁ ମୃତଦେହକୁ ଉଦ୍ଧାର କରିବା ସଙ୍ଗେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ତେବେ ଏହି ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପାଇଁ ପଠାଯାଇଛି, 5 ଜଣଙ୍କୁ ଅଟକ ରଖିବା ସଂଗେ କେଉଁ କାରଣରୁ ଏହି ହତ୍ୟା କରାଯାଇଛି ତଦନ୍ତ ଜାରି ରହିଛି ।

କୋଣ୍ଡାରୁ ହତ୍ୟାକାଣ୍ଡର ଫର୍ଦ୍ଧାଫାଶ, ଶିକାର ପାଇଁ ଡାକିନେଇ ମାରିଦେଲେ

ବୁଡୁ ଗମାଙ୍ଗଙ୍କ ଅଭିଯୋଗ କେଶ ନଂ ୬୭/୨୦ କୁ ଆଧାର କରି ୟୁଏସ 0302/201/34 ଆଇପିସିରେ ଆସାମୀ ରାମଚନ୍ଦ୍ର ରଇତକୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏବଂ ମୃତଦେହ ବ୍ୟବଚ୍ଛେଦ ଓ ପରୀକ୍ଷା ନିମନ୍ତେ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details