ଗଜପତି: ଜିଲ୍ଲାସ୍ଥିତ ମହେନ୍ଦ୍ରତନୟା ନଦୀର ପାରଳାଖେମୁଣ୍ଡି ତଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ପରିଚୟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
ଆଜି(ମଙ୍ଗଳବାର) ଗଜପତି ଜିଲ୍ଲା ମହେନ୍ଦ୍ରତନୟା ନଦୀର ପାରଳାଖେମୁଣ୍ଡି ତଟରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିଲା । ସ୍ଥାନୀୟ ଅଞ୍ଚଳର କିଛି ଲୋକେ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ମୃତଦେହ ଭାସୁଥିବାର ଦେଖିଥିଲେ । ଏନେଇ ତୁରନ୍ତ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାରଳାଖେମୁଣ୍ଡି ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରିଛି ।