ଓଡିଶା

odisha

By

Published : Jan 14, 2021, 8:55 AM IST

Updated : Jan 14, 2021, 11:47 AM IST

ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ରାମଜୀ ବସ୍, 5 ଆହତ

ରାଉରକେଲାରୁ ବାଲେଶ୍ବର ଯାଉଥିବା ଶ୍ରୀ ରାମଜୀ ନାମକ ନାଇଟ ଏକ୍ସପ୍ରେସ ଯାତ୍ରୀବାହୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଅଧିକ ପଢନ୍ତୁ...

ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ବସ
ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ବସ

ଢେଙ୍କାନାଳ: ରାଉରକେଲାରୁ ବାଲେଶ୍ବର ଯାଉଥିବା ଶ୍ରୀ ରାମଜୀ ନାମକ ନାଇଟ ଏକ୍ସପ୍ରେସ ଯାତ୍ରୀବାହୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବୁଧବାର ବିଳମ୍ବିତ ରାତିରେ ବସଟି ଭାରସାମ୍ୟ ହରାଇ କାମାକ୍ଷାନଗର ରାମିଆଳ ନଦୀ ନିକଟରେ ରାସ୍ତା ପାର୍ଶ୍ବକୁ ଓଲଟି ପଡିଛି । ଏଥିରେ କେହି ଯାତ୍ରୀ ମୃତାହତ ହୋଇନଥିବା ବେଳେ 5 ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି ।

ଭାରସାମ୍ୟ ହରାଇ ଓଲଟିଲା ରାମଜୀ ବସ୍
ଖବରପାଇ ଦୁର୍ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ କାମାକ୍ଷାନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଆହତ ମାନେ ଯାଜପୁର ଓ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ତେବେ ବସରେ ପ୍ରାୟ ୫୦ଜଣ ଯାତ୍ରୀ ଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି । ତେବେ କାମାକ୍ଷାନଗର ପ୍ରଶାସନ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ବସର ଅନ୍ୟ ଯାତ୍ରୀମାନଙ୍କୁ ଅନ୍ୟ ଗାଡି ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦେଇଛନ୍ତି।ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Jan 14, 2021, 11:47 AM IST

ABOUT THE AUTHOR

...view details