ଓଡିଶା

odisha

By

Published : Mar 24, 2020, 8:34 AM IST

ETV Bharat / state

କୋରୋନା କର୍ଫ୍ୟୁ, ଆଜି ଠୁ ଢେଙ୍କାନାଳ ଜିଲ୍ଲାକୁ ଲକଡାଉନ ଘୋଷଣା

କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅଧିକ ଖବର ପଢନ୍ତୁ...

lock down-declaration-in-dhenkanal-district
ଆଜି ଠାରୁ ଢେଙ୍କାନାଳ ଜିଲ୍ଲାକୁ ଲକଡାଉନ ଘୋଷଣା

ଢେଙ୍କାନାଳ: କୋରୋନା ମୁକାବିଲା ପାଇଁ ମଙ୍ଗଳବାର ଠାରୁ ଢେଙ୍କାନାଳ ଜିଲ୍ଲାରେ ଲକ ଡାଉନ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ପଡିଲେ ବିନା ବାଇକ ସହ ପାଦରେ ଚାଲି ଚାଲି ଯିବାକୁ ପଡିବ। କୋରୋନା ସଂକ୍ରମଣ ମୁକାବିଲା ପାଇଁ ଢେ଼ଙ୍କାନାଳରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି।

କୋରୋନା କର୍ଫ୍ୟୁ, ଆଜି ଠୁ ଢେଙ୍କାନାଳ ଜିଲ୍ଲାକୁ ଲକଡାଉନ ଘୋଷଣା

ତେବେ ସଂକ୍ରମଣ ଆଶଙ୍କା ରହିଥିବାରୁ ସୋମବାରଠୁ ଢେଙ୍କାନାଳ ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଫଳରେ ମଙ୍ଗଳବାରଠାରୁ ଜିଲ୍ଲାବ୍ୟାପି ଜନସାଧାରଣଙ୍କ ପାଇଁ କଡା କଟକଣା ଜାରି କରାଯାଇଛି ବୋଲି ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details