ଓଡିଶା

odisha

By

Published : Jan 26, 2023, 10:47 AM IST

ETV Bharat / state

କଲରାପତରିଆ ବାଘର ମୃତଦେହ ଠାବ

ଢେଙ୍କାନାଳରେ କଲରାପତରିଆ ବାଘର ଗଳିତ ମୃତଦେହ ଠାବ। ହିନ୍ଦୋଳ ରେଞ୍ଜ ଦୁଦୁରକୋଟର ଗାଁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ବାଘର ଗଳିତ ମୃତଦେହ ଠାବ କରାଯାଇଛି । ଅଧିକ ପଢ଼ନ୍ତୁ

Leopard dead body recovered
ବାଘର ମୃତଦେହ ଠାବ

ଢେଙ୍କାନାଳ :ଢେଙ୍କାନାଳ ବନଖଣ୍ଡରୁ କଲରପତରିଆ ବାଘର ମୃତଦେହ ଠାବ ହୋଇଛି । ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମ ନିକଟରେ ଏହି କଲରାପତରିଆ ବାଘର ମୃତଦେହ ପଡ଼ିଥିଲା । ଦୁଦୁରୁକୋଟ ବାରିହା ରଗଡି ଗ୍ରାମ୍ୟ ଜଙ୍ଗଲରେ ଏକ ବାଘ ମୃତ ଅବସ୍ଥାରେ ପଡିଥିବା ସୂଚନାପାଇ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଏକ ବୁଦା ମୂଳରେ ଏକ ବାଘଟି ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ଭୁବନେଶ୍ୱରରୁ ବିଶେଶଜ୍ଞ ଟିମ୍‌ ମଧ୍ୟ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଗୋଗି ନେନୀ ସୂଚନା ଦେଇଥିଲେ । ତେବେ ମୃତ ବାଘର ବୟସ କେତେ ଓ ମୃତ୍ୟୁର କାରଣ କ'ଣ ତାହା ସଠିକ ଭାବେ ଜଣାପଡିନାହିଁ । ତେବେ ବାଘଟି ଏକ ଫାଶରେ ପଡ଼ି ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବାଘର ମୃତ୍ୟୁକୁ ନେଇ ବନ ବିଭାଗର ସୁରକ୍ଷା ଉପରେ ପ୍ରଶ୍ନବାଚୀ । ସେହିପରି ଶିମିଳିପାଳରୁ ସୋମବାର ଏକ ବାଘ ଛୁଆର ମୃତଦେହ ଉଦ୍ଧାର କରାଯାଇଛି । ବାଘ ଛୁଆଟି Leopard Cat ପ୍ରଜାତିର ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ନିକଟରେ ସମ୍ବଲପୁରରେ ମଧ୍ୟ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଇଥିଲା । ହେଲେ ଏଥିରେ ବାରାହା ନଫଶି ଫସିଥିଲା ହାତୀ । ଫଳରେ ହାତୀଟିର ମୃତ୍ୟୁ ହୋଇଥିଲା । ସମ୍ବଲପୁର ସଦର ରେଞ୍ଜରୁ ହାତୀର ମୃତଦେହ ଠାବ ହେବାପରେ ଜଣାପଡ଼ିଛି ଏହାର ମୃତ୍ୟୁର ରହସ୍ୟ । ଏହି ଘଟଣାରେ ବନବିଭାଗ ୩ଜଣଙ୍କୁ ଗିରଫ କରିଛି ।

ଏହାମଧ୍ୟ ପଢ଼ନ୍ତୁ. 74ତମ ଗଣତନ୍ତ୍ର ଦିବସ, ଦେଶବାସୀଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ସେପଟେ ମାଲକାନାଗିରିରେ ମଧ୍ୟ ଏକ କଲରାପତରିଆର ବାଘଛାଲକୁ ଜବତ କରିଛି ବନବିଭାଗ । ଏହି ଘଟଣାରେ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସେହିପରି ଜାନୁଆରୀ ୧ ତାରିଖରେ ମୂଲଚାଲ ଚାଲିଥିବା ବେଳେ ବାଘ ଛାଲ ଜବତ କରିଥିଲା ନବରଙ୍ଗପୁର ପୋଲିସ । ଏହାସହ ଜଣଙ୍କୁ ଗିରଫ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ନବରଙ୍ଗପୁର ଏସପି ଏସ୍ ଶୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ପାପଡାହାଣ୍ଡି ସବ୍ ଇନ୍ସପେକ୍ଟର ଶିବଜୀ ପଣ୍ଡାଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମୃଗ ବିହାର ନିକଟରେ ଚଢ଼ାଉ କରିଥିଲେ । ସେହି ସମୟରେ ବାଘଛାଲ ପାଇଁ ମୂଲଚାଲ କରୁଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଅନେକ ସମୟରେ ଏଭଳି ବାଘଛାଲ ଜବତ, ବାଘର ମୃତଦେହ ଉଦ୍ଧାର ନେଇ ବନକର୍ମଚାରୀଙ୍କ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ,ଢେଙ୍କାନାଳ

ABOUT THE AUTHOR

...view details