ଓଡିଶା

odisha

By

Published : Oct 31, 2019, 11:39 AM IST

ETV Bharat / state

ଆଇଜିଆଇଟି ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତଙ୍କୁ ସହକର୍ମଚାରୀଙ୍କ ବହିଷ୍କାର ଦାବି

ତେଜିବାରେ ଲାଗିଛି ଆଇଜିଆଇଟି, ସରାଙ୍ଗରେ ଛାତ୍ରୀଙ୍କ ଅସଦାରଣ ମାମଲା । ଯାହାକୁ ଭିନ୍ନ ମୋଡ ଦେବାକୁ ଯାଇ ନୂଆ କାହାଣୀ ତିଆରି କରିଛନ୍ତି ଅଭିଯୁ୍କ ଆକାଉଣ୍ଟାଣ୍ଟ ଅଫିସର । ଘଟଣାକୁ ନେଇ ପଚରାଯିବାରୁ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ତାଙ୍କ ସମ୍ପର୍କୀୟ ବୋଲି ସଫେଇ ଦେଇଛନ୍ତି ଅଭିଯୁକ୍ତ ଆକାଉଣ୍ଟାଣ୍ଟ ଅଫିସର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ତେଜିବାରେ ଲାଗିଛି ଆଇଜିଆଇଟି, ସରାଙ୍ଗରେ ଛାତ୍ରୀଙ୍କ ଅସଦାଚରଣ ମାମଲା । ଯାହାକୁ ଭିନ୍ନ ମୋଡ ଦେବାକୁ ଯାଇ ନୂଆ କାହାଣୀ ତିଆରି କରିଛନ୍ତି ଅଭିଯୁ୍କ୍ତ ଆକାଉଣ୍ଟାଣ୍ଟ ଅଫିସର । ଘଟଣାକୁ ନେଇ ପଚରାଯିବାରୁ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ତାଙ୍କ ସମ୍ପର୍କୀୟ ବୋଲି ସଫେଇ ଦେଇଛନ୍ତି ସେ । ଅନ୍ୟପଟେ ଅଭିଯୁକ୍ତଙ୍କ ବହିଷ୍କାର ଦାବି ସହ 4ଟି ଦାବି ନେଇ ଅଧ୍ୟକ୍ଷଙ୍କ ପାଖରେ ଫେରଦ ହୋଇଛନ୍ତି ଅନ୍ୟ ସହକର୍ମଚାରୀ ।

ସୂଚନା ଅନୁଯାୟୀ ଗତ 22 ତାରିଖରେ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷା ପ୍ରତିଷ୍ଠାନରେ ଆସିଥିଲା ଛାତ୍ରୀଙ୍କୁ ଅସଦାଚରଣ ଭଳି ଏକ ସଙ୍ଗୀନ ଅଭିଯୋଗ । ପଦାରେ ପଡିଥିଲା କଲେଜର ଡିପ୍ଲୋମା ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ସହ କଲେଜର ଆକାଉଣ୍ଟାଣ୍ଟଙ୍କ ସମ୍ପର୍କ । ଏହାର ଠିକ ପରେ ଛାତ୍ରୀ ଜଣଙ୍କ ହଷ୍ଟେଲରୁ ହଠାତ୍‌ ଚାଲିଯିବା ଓ ବିନା ନୋଟିସରେ ଆକାଉଣ୍ଟାଣ୍ଟଙ୍କ କଲେଜରୁ ଛୁଟି ନେବା କଥା ନିଆଁରେ ଘିଅ ଢାଳିବା ପରି ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଘଟଣାରେ ଏବେ ପର୍ଯ୍ୟନ୍ତ ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା ବେଳେ ବୁଧବାର ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଅଭିଯୁକ୍ତ ଆକାଉଣ୍ଟାଣ୍ଟ । ଆକାଉଣ୍ଟାଣ୍ଟ ଘଟଣାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ ସହକର୍ମଚାରୀଙ୍କ କହିବା ଅନୁଯାୟୀ ଏହା କିଛି ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ଆକାଉଣ୍ଟାଣ୍ଟ ଦେବଦତ୍ତ ପ୍ରଥାନଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ରହିସାରିଛି । ଏନେଇ ଦେବଦତ୍ତଙ୍କ ବହିଷ୍କାର ସହ 4ଟି ଦାବି ନେଇ କଲେଜ ଅଧ୍ୟକ୍ଷଙ୍କ ପାଖରେ ଫେରାଦ ହୋଇଛନ୍ତି ଅନ୍ୟ ସହକର୍ମଚାରୀ ।

ସମସ୍ତ ଦାବିର ଆସନ୍ତା 7 ଦିନ ମଧ୍ୟରେ ସମାଧାନ କରିବା ପାଇଁ ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି । ତେଣେ କ୍ୟାମ୍ପସରେ ଥିବା ସିଡବ୍ଲୁସି ଅର୍ଥାତ କଲୋନୀ ୱେଲ ଫେୟାର କମିଟି ଏହାକୁ ନେଇ ଏକ ବୈଠକ ମାଧ୍ୟମରେ 4 ଦାବି ନେଇ ଉପସ୍ଥାପନ କରିଥିଲେ । ଏଥିରେ ସମ୍ପୃକ୍ତ କଲେଜ କର୍ମଚାରୀ ନୃସିଂହ ଚରଣ ପାଣି କଥାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କି ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ଅଟକ ରଖି ପଚରା ଉଚରା କରିଥିଲା । ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ଏବଂ ସେ ପୋଲିସକୁ ସବୁ କ୍ଷେତ୍ରରେ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି ।

ଏନେଇ କଲେଜର ନିର୍ଦ୍ଦେଶକ କହିଛନ୍ତି କି ଘଟଣାର ତଦନ୍ତ ଚାଲିଛି ଏବଂ ସିଡବ୍ଲୁସି ଯେଉଁ ଅଭିଯୋଗ କରିଛି ତାହାକୁ ନେଇ କମିଟି ତଦନ୍ତ କରିବ। ତଦନ୍ତ ଆଧାରରେ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details