ଓଡିଶା

odisha

ଧାନମଣ୍ଡିରେ ଅବ୍ୟବସ୍ଥା, ଚାଷୀଙ୍କ ରାସ୍ତା ଅବରୋଧ

By

Published : Mar 1, 2021, 3:26 PM IST

ଢେଙ୍କାନାଳ ଜିଲ୍ଲା କାଇମାଟି ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଶତାଧିକ ଚାଷୀଙ୍କ ରାସ୍ତା ଅବରୋଧ । ଅଧିକ ପଢନ୍ତୁ...

ଚାଷୀଙ୍କ ରାସ୍ତା ଆବରୋଧ
ଚାଷୀଙ୍କ ରାସ୍ତା ଆବରୋଧ

ଢେଙ୍କାନାଳ: ଜିଲ୍ଲା କାଇମାଟି ଧାନମଣ୍ଡିରେ ଅବ୍ୟବସ୍ଥା । ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ନହେବାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି । ଫଳରେ ରାସ୍ତାରେ ଧାନବସ୍ତା ରଖି ଢେଙ୍କାନାଳ ଗଁନ୍ଦିଆ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ ।

ଢେଙ୍କାନାଳ କାଇମାଟି ଧାନ ମଣ୍ଡିରେ ଉତ୍ତ୍ୱେଜନା

କାଇମାଟି ସମବାୟ ସମିତି ଉପରେ କାଇମାଟି, ବେଳଟିକିରି, ନାଗିଆପଶି,ଚାଉଳିଆ ଖମାର ଆଦି ପାଞ୍ଚଟି ପଞ୍ଚାୟତର ଚାଷୀ ନିର୍ଭର କରନ୍ତି । ଖରା ବର୍ଷା ଶୀତରେ ଚାଷୀ ଅମଳ କରିଥିବା ଧାନ ମଣ୍ଡିରେ ବିକ୍ରି ହୋଇପାରୁନି । ପ୍ରାୟ 20ହଜାର କୁଇଣ୍ଟାଲ ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡି ରହିଛି । ଏ ନେଇ ଅଭିଯୋଗ କରିବାରୁ ଚାଷୀଙ୍କୁ ଖରାପ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଏପଟେ ଚାଷୀଙ୍କ ଟୋକନ ଲାପ୍ସ କରିବାକୁ ଯାଉଥିବା ବେଳେ ଧାନ ବିକ୍ରି କରିବା ଅପେକ୍ଷାରେ ରହିଛି ଚାଷୀ । ହେଲେ ମଣ୍ଡିରେ ଚାଷୀଙ୍କ ଧାନ କିଣା ନଯାଇ ଫେବୃଆରୀ ୧୧ତାରିଖରୁ ଧାନ ମଣ୍ଡି ବନ୍ଦ କରିଦିଆଯାଇଛି । ମଣ୍ଡିରେ ଏପରି ଅବ୍ୟବସ୍ଥା ନେଇ ଢେଙ୍କାନାଳ ଗଁନ୍ଦିଆ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ । ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା ଜାରି ରଖିଛି । ସମସ୍ୟାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details